Indus Valley Times

ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି

 Breaking News

ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି

ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି
August 05
18:47 2025

ଭୁବନେଶ୍ୱର, ୫/୮ : ନିଯୁକ୍ତ ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଶୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ରାଜ୍ୟରେ ପ୍ରତ୍ୟେକ ଦିନ ଘଟୁଥିବା ଘଟଣା ଉପରେ କିପରି ରୋକ ଲଗାଯାଇପାରିବ, ବିଶେଷକରି ମହିଳା କମିସନ ଆୟୋଗଟିକୁ କିପରି ଅତି ଚଳଚଞ୍ଚଳ କରାଯାଇ ପାରିବ, ତାକୁ ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି । କାରଣ ଅଧ୍ୟକ୍ଷ ନଥିବାରୁ ଏହି କମିସନର ପଙ୍ଗୁ ହୋଇପଡ଼ିଛି ।
ସେଥିଦୃଷ୍ଟିକୁ ଅଧକ୍ଷ୍ୟ ନିଯୁକ୍ତି କରିବାର ଆବଶ୍ୟକତା ଥିଲା, ଦୀର୍ଘ ଦିନ ଧରି ଏହି କମିସନର ଏକପ୍ରକାର ଅଚଳାବସ୍ଥାରେ ଥିଲା । ଶୋଭବନା ମହାନ୍ତିଙ୍କୁ ମହିଳା କମିସନ ଅଧକ୍ଷା ଭାବେ ସରକାର ଗୁରୁଦାୟିତ୍ୱ ଦେଉଛନ୍ତି । ମହିଳାଙ୍କ ବିରୁଦ୍ଧରେ ବଢୁଥିବା ହିଂସା, ଅନ୍ୟାୟକୁ ରୋକିବାରେ ଏକ ବଡ଼ ଦାୟିତ୍ୱ ଶୋଭନା ମହାନ୍ତିଙ୍କର ରହିବ ।
ଅନେକ ସମୟରେ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଲା ପରେ ଯେଉଁ ବଡ଼ ବଡ଼ ନାରୀ ନିର‌୍ୟ୍ୟାତନା ଘଟଣା ଗୁଡ଼ିକ ଗଣମାଧ୍ୟମ ସାମ୍ନାକୁ ଆସିଛି, ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଠାରୁ ନେଇ ବାଲେଶ୍ୱରରେ ପୀଡ଼ିତା ଆତ୍ମହୃତି ଘଟଣା ଯାଏଁ ସବୁଥିରେ ଜାତୀୟ ମହିଳା କମିସନର ହସ୍ତକ୍ଷେପ କରିଛନ୍ତି ।
ବର୍ତ୍ତମାନ ଶୋଭନା ମହାନ୍ତି ଦାୟିତ୍ୱ ମିଳିବା ପରେ ଏସମସ୍ତ ଘଟଣାରେ ଏବେ ମହିଳା କମିସନର ତତ୍ପରତା ପ୍ରକାଶ କରିବ । ୨୦୨୪ ନଭେମ୍ବର ମାସରେ ପୂର୍ବତନ ମହିଳା କମସିନର ଅଧକ୍ଷ୍ୟ ମୀନତି ବେହେରାଙ୍କୁ ପଦରୁ ହଟାଯିବା ପରେ ପାଖାପାଖି ୮ ମାସ ଧରି ଏହି ପଦବୀ ଖାଲି ପଡିଥିଲା । ଏବେ ଶୋଭନା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯିବା ପରେ ସେଇ ପବଦୀ ପୂରା ହୋଇଛି ।
ସେପଟେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ଶୋଭନା ମହାନ୍ତି କହିଛନ୍ତି, ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର‌୍ୟ୍ୟ କରିବି । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031