Indus Valley Times

ମାଣ୍ଡିଆ ଚାଷୀଙ୍କ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

 Breaking News

ମାଣ୍ଡିଆ ଚାଷୀଙ୍କ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

February 28
19:05 2025

କୋରାପୁଟ,୨୮/୨: ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି। ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ। ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ। ଲାଞ୍ଚ ଅର୍ଥ ନ ଦେଲେ ମାଣ୍ଡିଆ କିଣାହେବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ଏନେଇ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇ ଜାଲ ବିଛା ଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031