Indus Valley Times

‘ରଥ ଉପରକୁ ମୋବାଇଲ୍ ଫୋନ୍ ନେଲେ ଫୌଜଦାରୀ ମାମଲା ରୁଜୁ ହେବ’

 Breaking News

‘ରଥ ଉପରକୁ ମୋବାଇଲ୍ ଫୋନ୍ ନେଲେ ଫୌଜଦାରୀ ମାମଲା ରୁଜୁ ହେବ’

‘ରଥ ଉପରକୁ ମୋବାଇଲ୍ ଫୋନ୍ ନେଲେ ଫୌଜଦାରୀ ମାମଲା ରୁଜୁ ହେବ’
May 26
20:45 2025

ପୁରୀ,୨୬/୫: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ପାଇଁ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ପ୍ରଶାସନ ସଜାଗ ହୋଇଉଠିଛି। ରଥଯାତ୍ରା କିପରି ସୁରୁଖୁରୁରେ ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଅନ୍ୟପକ୍ଷେ ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରିବାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୋମବାର ବଡ଼ ସୂଚନା ଦେଇଛନ୍ତି । ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ।
କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏପରିକି ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି।
ରଥକୁ ମୋବାଇଲ ଫୋନ ନେଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ ଗଣମାଧ୍ୟମକୁ କହିଛନ୍ତି। ତେଣୁ ଏଥର ରଥ ଉପରକୁ ସେବାୟତ ମୋବାଇଲ ଫୋନ ନେଇ ପାରିବେ ରଥ ଉପରକୁ ମୋବାଇଲ ନେଲେ ଫୌଜଦାରୀ ମାମଲା ହେବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031