Legatus

ରାଜପରିବାରରେ ଝଡ, ଅର୍କେଶ ସିଂଦେଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ

 Breaking News

ରାଜପରିବାରରେ ଝଡ, ଅର୍କେଶ ସିଂଦେଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ

ରାଜପରିବାରରେ ଝଡ, ଅର୍କେଶ ସିଂଦେଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ
May 16
12:24 2023

ବଲାଙ୍ଗିର,୧୬/୫: ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ପୁଅ ଅର୍କେଶ ସିଂହ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ।
ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର‌୍ୟାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଇଝଚଙ୍କୁ ଦେଇଥିବା ସୂଚନା ମିଳିଛି।
ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଅଦ୍ରିଜାଙ୍କ ଏଭଳି ଅଭିଯୋଗ ନେଇ ଅର୍କେଶ ସିଂହ ଦେଓ କିମ୍ବା ତାଙ୍କ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ଅଦ୍ରିଜା ଶ୍ୱଶୁର ଘରେ ରହୁନାହାନ୍ତି। ସେ ତାଙ୍କ ପିତାଙ୍କ ଘର ଉତ୍ତରାଖଣ୍ଡରେ ରହୁଛନ୍ତି। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ।
ସୂଚନାଯୋଗ୍ୟ, ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31