Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ:ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ:ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ:ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
August 25
13:12 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୫/୮ : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ହରପ୍ରସାଦ ଭୋଇ ସଭାପତିତ୍ୱ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସଭା ସଂଚାଳନ କରିଥିଲେ।
ଏହି ସମାରୋହରେ ଡ.ସୁଷମା ମଞ୍ଜରୀ ନାଏକ ମୁଖ୍ୟ ବକ୍ତା, ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼.ରାଜକିଶୋର ପାତ୍ର ମୁଖ୍ୟ ଅତିଥି, ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଶ୍ରୀ ମଦନ ମୋହନ ପ୍ରଧାନ ସମ୍ମାନିତ ଅତିଥି ଏବଂ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ.ନରେନ୍ଦ୍ର ରାଉତ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଆ ବିଭାଗର ଅତିଥି ଅଧ୍ୟାପକ ଶୁଭ୍ରାଂଶୁ ବେହେରା ସଭାମୁଖ୍ୟ ଓ ଅତିଥି ପରିଚୟ ସହ ମଞ୍ଚକୁ ଆମନ୍ତ୍ରିତ କରି ସଭା ଆରମ୍ଭ କରିବା ନିମନ୍ତେ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରିଥିଲେ।
ବିଭାଗୀୟ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ଗଙ୍ଗାଧର ମେହେରଙ୍କ ବିଶ୍ୱ ଦେଖ ମଧୁମୟରେ ଜୀବନ ସଙ୍ଗୀତ ଗାନ କରି ସଭାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲେ।
ଓଡ଼ିଆ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣରେ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟର ଗତି ଓ ପ୍ରବୃତ୍ତି ସମ୍ୱନ୍ଧରେ ଆଲୋଚନା କରିଥିଲେ।
ବିଶ୍ୱବିଦ୍ୟାଳୟ କୁଳସଚିବ ସଭାପତିତ୍ୱ ଅଭିଭାଷଣରେ ସଂସ୍କୃତ ସାହିତ୍ୟର ପ୍ରଭାବ କିପରି ମେହେର ସାହିତ୍ୟରେ ପ୍ରତିଫଳିତ ହୋଇଛି ତାହା ଆଲୋକପାତ କରିଥିଲେ।
ଏହା ବ୍ୟତୀତ ମୁଖ୍ୟ ଅତିଥି ସ୍ନାତକୋତ୍ତ ପରିଷଦର ଅଧ୍ୟକ୍ଷ ଡ.ରାଜକିଶୋର ପାତ୍ର ଗଙ୍ଗାଧର କବିତାରେ ଥିବା ଭାରତୀୟ ଦର୍ଶନ ପ୍ରସଙ୍ଗ ଏବଂ ସମ୍ମାନିତ ଅତିଥି ଶ୍ରୀ ମଦନ ମୋହନ ପ୍ରଧାନ ଆଧୁନିକ ଯୁଗରେ ଗଙ୍ଗାଧରଙ୍କ କବିତାରେ ପ୍ରକୃତି ଚିତ୍ରଣ ସମ୍ପର୍କରେ ଓ ନିମନ୍ତ୍ରିତ ଅତିଥି ଡ. ନରେନ୍ଦ୍ର କୁମାର ରାଉତ ଗଙ୍ଗାଧର ମେହେରଙ୍କ ସାରସ୍ୱତ ଦିଗନ୍ତ ସମ୍ୱନ୍ଧରେ ଆଲୋଚନା କରିଥିଲେ।
ସଭା ଶେଷରେ ବିଭାଗର ଅତିଥି ଅଧ୍ୟାପକ ଶ୍ରୀ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବିଭାଗର ଅତିଥି ଅଧ୍ୟାପକ ଅଧ୍ୟାପିକା ଅବକାଶ ପଟେଲ,ସୁନୟନା ବେହେରା,ମମତା ପୋଢ ଓ ସସ୍ମିତା ପାତ୍ର ସମେତ ବିଭାଗୀୟ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031