Indus Valley Times

ରାଜ୍ୟରେ କମିବ ଦର, ଓଡ଼ିଶାରେ ପହଞ୍ଚିଲା ୟୁପି, ପଶ୍ଚିମବଙ୍ଗରୁ ଆଳୁ

 Breaking News

ରାଜ୍ୟରେ କମିବ ଦର, ଓଡ଼ିଶାରେ ପହଞ୍ଚିଲା ୟୁପି, ପଶ୍ଚିମବଙ୍ଗରୁ ଆଳୁ

December 02
10:24 2024

ଓଡ଼ିଶା,୨/୧୨ : ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ମିଳିବ ଆଳୁ।
ଭୁବନେଶ୍ବର: ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ମିଳିବ ଆଳୁ।
ଅପରପକ୍ଷେ ଗତକାଲି ଯୋଗାଣ ବିଭାଗର ଅଧିକାରୀମାନେ କୁବେରପୁରୀରେ ଆଳୁ ଗୋଦାମ ଯାଞ୍ଚ କରିବା ସହ ଆଳୁ ଯୋଗାଣ ଯେପରି ସ୍ବାଭାବିକ ହେବ, ସେ ନେଇ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ମନୋଜ ଜେନା ଓ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି ଯେ ଆଳୁ କେଜି ୩୬ଟଙ୍କାରୁ ଅଧିକରେ ଆଳୁ ବିକ୍ରି ନ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଖୁଚୁରା ବେପାରୀଙ୍କୁ ପାଇକାରୀ ବେପାରୀମାନେ ଚିଠା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଖାଉଟିମାନେ ଖୁଚୁରା ବେପାରୀଙ୍କଠାରୁ ଆଳୁ କିଣିବା ବେଳେ ଶୋଷଣର ଶିକାର ହେବେନି କି ଅଧିକ ଦାମ୍ରେ ଆଳୁ କିଣୁଛନ୍ତି ବୋଲି କହିପାରିବେନି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31