Indus Valley Times

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

 Breaking News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ
April 26
21:00 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବିଭାଗ ସଂଘ ଚାଳକ ମୁଖ୍ୟ ଆଲୋଚକ ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ବିଜୟ ଯାତ୍ରା କହିବା ସହ ସଂଘ ର ଲକ୍ଷ ଓ ଉଦେଶ୍ୟ ଉପରେ ଓ ଆଗାମୀ ଦିନର ଯୋଜନା ଉପରେ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ଜ୍ଝ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା ଓ ଖଣ୍ଡ କାର‌୍ୟ୍ୟବାହ ଅନନ୍ତ କୁମାର ଦାସ ଙ୍କ ସମେତ ସଂଘ ର ସମସ୍ତ କାର‌୍ୟ୍ୟ କର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ
ବାଲିଗୁଡା , ୨୬/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିର ରେଭିନ୍ୟୁ ବଙ୍ଗଳା ନିକଟରେ ଥିବା ଶନିଶ୍ଚର ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ବାର୍ଷିକ ଉତ୍ସବ ମନ୍ଦିର ପରିଚାଳନା କମିଟି ସଭାପତି ହରିହର ନାୟକ ଏବଂ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଦିନତମାମ ପୂଜା ଅର୍ଚନା ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଟିକାବାଲି ଅଞ୍ଚଳରେ ଥିବା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଏହି ମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି କାର‌୍ୟ୍ୟରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପାଳ ପଣ୍ଡା, ଅଜିତ ପ୍ରଧାନ, ପଞ୍ଚାନନ ପାଣିଗ୍ରାହୀ, ରବି ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ
ବାଲିଗୁଡା, ୨୬/୪ : ଘରୋଇ ଯାତ୍ରୀବାହୀ ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼କୁ ଖସିଲା ବସ । ଅଳ୍ପକେ ବଡ଼ ଧରଣ ର ଦୁର୍ଘଟଣା ରୁ ବର୍ତିଲେ ବସ ରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ରାଜ୍ୟ ରାଜପଥ ନଂ. ୧ ମୁଖ୍ୟ ରାସ୍ତା ର ପାଇବର ସାହି ନିକଟରେ ଘଟିଛି ଦୁର୍ଘଟଣା । ପ୍ରକାଶ ଯେ, ଫୁଲବାଣୀ ରୁ ମୋହନଗିରୀ ଅଭିମୁଖେ ଯାଉଥିବା ମା\’ ତାରିଣୀ ନାମକ ଘରୋଇ ଯାତ୍ରୀବାହୀ ବସ ଟି ଆସୁଥିବା ବେଳେ ପାଇବର ସାହି ନିକଟରେ ବିପରୀତ ଦିଗ ରୁ ଆସୁଥିବା ଅନ୍ୟ ଏକ ଦୀପକ ନାମକ ଘରୋଇ ବସ କୁ କାର ଟି ଓଭରଟେକ କରିଥିଲା ।
କାର କୁ ବଞ୍ଚାଇବାକୁ ଯାଇ ମା\’ ତାରିଣୀ ବସ ର ଡ୍ରାଇଭରସଙ୍ଗେ ସଙ୍ଗେ ହଠାତ ବ୍ରେକ ମାରିବାରୁ ଗାର୍ଡୱାଲ ରେ ବସ ପିଟି ହୋଇଥିଲା । ତେବେ ଦୁର୍ଘଟଣା ରେ ବସ ରେ ବସିଥିବା ସମସ୍ତ ଯାତ୍ରୀ ଓ କାର ଡ୍ରାଇଭର ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।
ଖବର ପାଇ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930