Indus Valley Times

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ

 Breaking News

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ

July 22
18:59 2024

ସମ୍ୱଲପୁର, ୨୨/୭ : “୪ ବର୍ଷ ହେଲା ମୋତେ କନ୍ଦାଇ କନ୍ଦାଇ ରଖିଲେ। ଆଜି ସକାଳେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ମୋତେ ପିଟିବାକୁ ଆସିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁଷିଦେଲି।”
ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି।
ପୋଡାବଲଣ୍ଡା ଗାଁ ଗାୟତ୍ରୀ ସାହୁଙ୍କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଜାମୁଡୁଲି ଅଞ୍ଚଳର ମିଥୁନ ସାହୁ ୪ ବର୍ଷ ତଳେ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା।
ବିବାହ ପରେ ବଧୂ ବେଶରେ ଶାଶୁଘରକୁ ଯାଇଥିଲେ ଗାୟତ୍ରୀ। ସବୁକିଛି ଠିକ୍ଠାକ୍ ଚାଲିଥିଲା। ଉଭୟଙ୍କ ଔରଷରୁ ପୁଅଟିଏ ଜନ୍ମ ହୋଇଥିଲା। ଅଭିଯୋଗ ଅନୁସାରେ ଏହା ପରଠାରୁ ଅସନ୍ତୋଷର ଝଡ଼ ବୋହିଥିଲା। ଶାଶୁ ଘରେ ରହିବା ପାଇଁ ଚାହୁଁନଥିଲେ ଗାୟତ୍ରୀ।
ଗାୟତ୍ରୀ ବାପଘରେ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ମିଥୁନ୍ଙ୍କ ଉପରେ ଚାପ ପକାଉଥିଲେ। ହେଲେ ମିଥୁନ୍ ତାଙ୍କ କଥାରେ ରାଜି ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ୨୦୨୩ ମସିହାରେ ମାମଲା ଥାନାକୁ ଯାଇଥିଲା।
ଅଲୋଚନା ପରେ ଉଭୟ ଏକାଠି ରହୁଥିଲେ। ଗତ ୨ ତାରିଖରେ ମିଥୁନ୍ ପତ୍ନୀ ଗାୟତ୍ରୀଙ୍କୁ ଧରି ଶ୍ୱଶୁର ଘର ଯାଇଥିଲେ। ରଥଯାତ୍ରାଠାରୁ ଉଭୟେ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ଘର ପାଖରେ ନୂଆ ଘର ମଧ୍ୟ ନିର୍ମାଣ କରୁଥିଲେ।
ହେଲେ ସେଠାରେ ତାଙ୍କ ଉପରେ ନିର‌୍ୟାତନା ଆରମ୍ଭ ହୋଇଥିଲା। ପତ୍ନୀ ଗାୟତ୍ରୀ ଓ ଶାଶୁ ଋକଣୀ ସାହୁ ତାଙ୍କୁ ନାନା ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା।
ମିଥୁନ୍ଙ୍କ କହିବା ଅନୁସାରେ ରବିବାର ରାତିରେ ଶାଶୁ ଓ ପତ୍ନୀ ଅସଭ୍ୟ ଭାଷାରେ ପ୍ରବଳ ଗାଳି ଦେଇଥିଲେ। ଉଭୟ ମାରିବାକୁ ମଧ୍ୟ ଆସିଥିଲେ। ଆଜି ସକାଳେ ଉଭୟ ପ୍ରବଳ ଗାଳି ଦେଇଥିଲେ।
ସେମାନଙ୍କ ନିର‌୍ୟାତନା ଆଉ ସହି ପାରିଲି ନାହିଁ। କେତେ କାନ୍ଦିବି? ବାହାଘର ପରଠାରୁ ଖାଲି କାନ୍ଦୁଥିଲି। ତେବେ ନିର‌୍ୟାତନା ଅସହ୍ୟ ହେବାରୁ ମାରିଦେଲି। ଶାଶୁ ଓ ପତ୍ନୀଙ୍କ ପେଟରେ ଶାବଳ ଭୁଷି ମାରିଦେଲି ବୋଲି ମିଥୁନ୍ କହିଛନ୍ତି।
ଶାଶୁ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଘର ବାହାର ପାର୍ଶ୍ୱରେ ତାଲା ପକାଇ ଦେଇଥିଲେ ମିଥୁନ୍। ତା’ପରେ ନିଜର ଦେଢ଼ ବର୍ଷର ପୁଅକୁ ଧରି ରେଢାଖୋଲ ଥାନାରେ ପହଞ୍ଚିଥିଲେ।
ଶାଶୁ ଓ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍ ପାଖରେ କହିଥିଲା। ପୁଲିସ୍ ତାଙ୍କୁ ଅଟକ ରଖି ପୋଡାବଲଣ୍ଡା ଗାଁରେ ପହଞ୍ଚିଥିଲା। ସାଇଣ୍ଟିଫିକ ଟିମ୍ ସହାୟତାରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930