Indus Valley Times

ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର

 Breaking News

ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର

ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର
November 22
17:27 2025

ଜଗତସିଂହପୁର, ୨୨/୧୧ : ଦୀର୍ଘ ୭ ଦିନର ଛକାପଞ୍ଝା ପରେ ଶେଷରେ ସିକନ୍ଦର ଆଲାମ୍ ଓରଫ୍ ସିକେକୁ ଜଗତସିଂହପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି ।
ବାଂଲାଦେଶୀଙ୍କୁ ରଖିବା ମାମଲାରେ ସିକନ୍ଦରକୁ ଯାଜପୁରରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତା ନିକଟରୁ ବିଭିନ୍ନ ପରିଚୟ ପତ୍ର, ପାସପୋର୍ଟ ଆଦିକୁ ଦବତ କରାଯାଇଛି । ଖାଲିସେତିକି ନୁହେଁ ସିକନ୍ଦରର ପୁଅ ଏବଂ ଭଣଜାକୁ ପୋଲିସ ଓଠାଇ ନେଇଛି ।
ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବଜାର ନିକଟସ୍ଥ ଧନୀପୁର ବେହରାମପୁର ବସ୍ତିରେ ସିକନ୍ଦର ଅଲ୍ଲୀ ବେଆଇନ ଘର କରି ବାଂଲାଦେଶୀଙ୍କୁ ରଖିଥିଲା ।
ସରକାରୀ ଜମି ଉପରେ ପ୍ରାୟ ୧୦ ବଖରା ଘର କରିଥିଲା ସିକନ୍ଦର । ପୋଲିସ ଚଢ଼ାଉ ସମୟରେ ସିକନ୍ଦର ଫେରାର ହୋଇଯାଇଥିଲା । ଏହା ପରେ ପୋଲିସ ଜବର ଦଖଲ ଉଚ୍ଛେଦ କରିବା ସହିତ ଘରୁ ବନ୍ଧୁକ ସହିତ ମାରଣାସ୍ତ୍ର ଜବତ କରିଥିଲା ।
ସିକନ୍ଦରକୁ ଧରିବାକୁ ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରିଥିଲା । ଗତକାଲି ରାତିରେ ସିକନ୍ଦର ଯାଜପୁର ଟାଉନରେ ଥିବା ବିଶେଷ ସୂତ୍ର ଖବର ପାଇ ଧରିଥିଲା । ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଯୋଗ୍ୟ, ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା । ଭଡ଼ା ଘରେ ୩୦ରୁ ଅଧିକ ବାଂଲାଦେଶୀ ବେଆଇନ ଭାବରେ ରହୁଥିବା ସୂଚନା ମିଳିଥିଲା ।
ଅତିରିକ୍ତ ଏସ୍‌ପି ସତ୍ୟବ୍ରତ ଦାସ, ତରିକୁନ୍ଦ ବିଟ୍ ହାଉସ୍ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ଚଢ଼ଉ କରିବା ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା ।
ଧସ୍ତାଧସ୍ତି ସମୟରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ ଫେରାର ହୋଇଯାଇଥିଲେ ।
ଚଢ଼ାଉ ବେଳେ ମାରଣାସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ ଏବଂ ୫ଟି ଆନ୍ଧ୍ର କଟୁରି ସହିତ ଅନେକ ଆପତ୍ତି ଜନକ ସାମଗ୍ରୀ ପୋଲିସ ଜବତ କରିଥିଲା ।
ପରଦିନ ସକାଳେ ଅତିରିକ୍ତ ଏସପି, ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ସହିତ ବେହରାମପୁର ବସ୍ତିରେ ଚଢ଼ଉ ହୋଇଥିଲା ।
ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସିକନ୍ଦରର ଦୁଇ ଭଉଣୀକୁ ପୋଲିସ ଗିରଫ କରିଥିଲା । ଏହା ପରେ ହୋଇଥିଲା ବୁଲଡୋଜର୍ ଆକ୍ସନ । ସରକାରୀ ଜମି ଉପରେ ତିଆରି ହୋଇଥିବା ୧୦ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31