Indus Valley Times

ସଂରକ୍ଷିତ ଜଙ୍ଗଲରେ ଘର ନିର୍ମାଣ କରିଥିଲେ ମାଫିଆ, ଜବରଦଖଲ ଉଚ୍ଛେଦ କଲା ବନ ବିଭାଗ

 Breaking News

ସଂରକ୍ଷିତ ଜଙ୍ଗଲରେ ଘର ନିର୍ମାଣ କରିଥିଲେ ମାଫିଆ, ଜବରଦଖଲ ଉଚ୍ଛେଦ କଲା ବନ ବିଭାଗ

ସଂରକ୍ଷିତ ଜଙ୍ଗଲରେ ଘର ନିର୍ମାଣ କରିଥିଲେ ମାଫିଆ, ଜବରଦଖଲ ଉଚ୍ଛେଦ କଲା ବନ ବିଭାଗ
June 01
19:57 2025

ନବରଙ୍ଗପୁର,୧/୬ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ ବିଭାଗ ଆକ୍ସନ ମୋଡ୍‌ରେ ରହିଥିବା ଦେଖାଦେଇଛି।
ଝରିଗାଁ ବନାଞ୍ଚଳ ଅଧିନସ୍ଥ ହାତୀବାଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଥିଲା। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ରବିବାର ହାତୀବାଡ଼ି ଗ୍ରାମର ରାସ୍ତାକଡ଼ର ଦୁଇ ପାର୍ଶ୍ୱରେ ରହିଥିବା ୨୮ ଘର ଉପରେ ଜେସିବି ଲଗାଇ ସମ୍ପୂର୍ଣ୍ଣ ଭଙ୍ଗା ଯାଇଛି। ଗତ ମାସ ୧୮ତାରିଖରେ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କ କାର‌୍ୟ୍ୟାଳୟ ତରଫରୁ ନୋଟିସ୍ ପ୍ରଦାନ କରାଯାଇଥିଲା।
ପତ୍ର ପାଇବାର ତିନି ଦିନ ମଧ୍ୟରେ ଅସ୍ଥାୟୀ କୁଡ଼ିଆ ଉଠାଇବା ନେଇ ନୋଟିସ୍‌ରେ ଲିଖିତ ରହିଥିଲା। ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର ମାଜିଷ୍ଟ୍ରେଟ୍ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ସଂରକ୍ଷିତ ଜଙ୍ଗଲରେ ରହିଥିବା ୨୮ ବେଆଇନ ନିର୍ମାଣ ସ୍ଥାୟୀ ଏବଂ ଅସ୍ଥାୟୀ ଘର ଭଙ୍ଗାଯାଇଥିଲା।
ଏହି ଅବସରରେ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଉମରକୋଟ ରେଞ୍ଜର ବିଧୂସ୍ମିତା ସାହୁ, ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁ, ଥାନା ଏସ୍‌ଆଇ କେ.ଲକ୍ଷ୍ମୀନାରାୟଣ ଦୋରା, ଏଏସ୍‌ଆଇ ମମତା ସେଠୀଙ୍କ ସମେତ ଜିଲାର ଝରିଗାଁ, ଉମରକୋଟ, ରାଇଘର, ଡାବୁଗାଁ ଏଂ କୋଡ଼ିଙ୍ଗା ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଓ୍ବାଇଲ୍ଡଲାଇଫ୍ ଟିମ୍‌, ପାରା ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ। ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ଭଙ୍ଗାଯିବା ପରେ କିଛି ପରିବାର ଲୋକ ଏବେ ବେସାହାରା। ଗଛତଳେ ଆଶ୍ରୟ ନେଇଥିବା ଦେଖାଦେଇଛି। ଉଚ୍ଛେଦ ଚାଲିଥିବା ସମୟରେ ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ହାତୀବାଡ଼ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ସୂଚନାଯୋଗ୍ୟ, ହାତୀବାଡ଼ି ଗ୍ରାମରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିବାରୁ ଗତ ମାସ ୧୫ ତାରିଖରେ ଫରେଷ୍ଟ ଗାର୍ଡଙ୍କୁ ମୁଣ୍ଡ ଫଟା ମାଡ଼ ହୋଇଥିଲା। ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଝରିଗାଁ ଥାନା କେସ୍ ନମ୍ବର ୭୬/୨୦୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣାରେ ଝରିଗାଁ ପୋଲିସ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃତ୍ତିବାସ ସାନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930