Indus Valley Times

ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

 Breaking News

ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ
September 15
10:43 2026

ସମ୍ବଲପୁର,୧୫/୯ : ପଶ୍ଚିମ ଓଡ଼ିଶାର ମହାନ୍ କୃଷିଭିଭିକ ଗଣପର୍ବ ନୂଆଖାଇ । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଛି । ବର୍ଷର ପ୍ରଥମ ଅମଳ ଶସ୍ୟ ପ୍ରସ୍ତୁତ ଭୋଗ ବା ନବାନ୍ନ ଲାଗି ହୋଇଛି । ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଛି।
ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଏକାଠି ନୂଆ ଖାଇଥାନ୍ତି ସପରିବାର । ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିଛନ୍ତି । ପୂରା ପରିବାର ଏକାଠି ହୋଇ ନବାନ୍ନ ଖାଇଥାନ୍ତି । ନୂଆ ଲୁଗା ପିନ୍ଧି ନୂଆ ଖାଇ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଘରେ ଘରେ ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି। ଘଣ୍ଟ, ଘଣ୍ଟା, ପଞ୍ଚବାଦ୍ୟରେ କମ୍ପୁଛି ଗାଁଠୁ ସହର । ସବୁଠି ନାଚଗୀତର ଆସର ଜମିଛି । ପରିବାରର ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଭେଟଭାଟ ହୋଇ ଶୁଭେଚ୍ଛା ଜଣାଉଛନ୍ତି ।
ସେହିପରି ନୂଆଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଖାଇ ଭେଟଘାଟ’। ଏହି ଅବସରରେ ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରନ୍ତି। ଜାତି, ଧର୍ମ ଓ ଦଳମତ ନିର୍ବିଶେଷରେ ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930