Indus Valley Times

ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ, ସମୁଦାୟ ୧୧ ଦିନ ଚାଲିଲା ଗୃହ

 Breaking News

ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ, ସମୁଦାୟ ୧୧ ଦିନ ଚାଲିଲା ଗୃହ

December 09
17:14 2025

ଭୁବନେଶ୍ୱର, ୯/୧୨: ସରିଲା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି।
ଚଳିତଥର ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। ହେଲେ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।
ଏଥର ମୋଟ୍ ୨୯ଟି କାର୍ଯ୍ୟ ଦିବସ ଥିବାବେଳେ ୧୧ ଦିନ ଚାଲିଥିଲା ଗୃହ କାର୍ଯ୍ୟ। ତେବେ ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍ ଚର୍ଚ୍ଚିତ ଥିଲା। କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ।
ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ। ଖାଲି ଏତିକି ନୁହେଁ ବରଂ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହୋଇଥିଲା।
ଏଥର ଅଧିବେଶନରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି। ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930