Indus Valley Times

ସର୍ଦ୍ଦାର @ ୧୫୦ ,ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା

 Breaking News

ସର୍ଦ୍ଦାର @ ୧୫୦ ,ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା

November 15
20:31 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୧୧ : ଆଜି ପୂର୍ବାହ୍ନରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୟ ଉତ୍ସବ ସର୍ଦ୍ଧାର @ ୧୫୦ ଏକତା ପଦଯାତ୍ରା ବିଜେବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଉପଲକ୍ଷେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଖୋର୍ଦ୍ଧା ଜିଲ୍ଲା ହେଉଛି ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ, ଖୋର୍ଦ୍ଧାର ସ୍ଵାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଏବଂ କୃତିବାସ ପାଟ୍ଟଶାଣୀଙ୍କ ଅବଦାନ ଖୋର୍ଦ୍ଧା ବୀର ମାଟିର ଲଢ଼ୁଆ ସଂଗ୍ରାମ ସମଗ୍ର ଭାରତ ବର୍ଷକୁ ଯୁଗାନ୍ତକାରୀ ଅବଦାନ ରହିଛି ।
ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ,ବନ୍ଦେ ମାତରଂ ସ୍ଲୋଗାନ ର କାଳଜୟୀ କୃତିତ୍ୱ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ୧୫୦ ତମ ପୂର୍ତ୍ତି ମଧ୍ୟ ପାଳନ କରାଯାଇ ଆମ ଦେଶର ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାନିଶୀଙ୍କ ଗାଥାକୁ ସ୍ମରଣ କରି ଏକ ଭାରତ ବିକଶିତ ଭାରତ ନିର୍ମାଣକୁ ସାକାର କରିବା ପାଇଁ ଆମେ ସଂକଳ୍ପ ବଦ୍ଧ। ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ରୀୟ ଏକତା ଓ ସଂହତି ଅଖଣ୍ଡ ଭାରତ ନିର୍ମାଣ ପାଇଁ ଯେଉଁ ତ୍ୟାଗ ଉତ୍ସର୍ଗ କରିଛନ୍ତି ତାହାକୁ ଆମେ ଆପଣେଇଲେ ଆମ ଦେଶ ଏକ ଆତ୍ମ ନିର୍ଭର ଦେଶ ଭାବେ ଗଢି ଉଠିବ ବୋଲି ନିଜ ଅଭିଭାଷଣରେ କହିଥିଲେ।
ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଭାରତର ବିଛିନ୍ନ ଭୂଖଣ୍ଡ ଯୋଡ଼ି ଅଖଣ୍ଡ ଭାରତ ନିର୍ମାଣରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅତୁଳନୀୟ। ସମସ୍ତେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ ।
ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଏକ ଭାରତ ଆତ୍ମନିର୍ଭରଶୀଳ ଭାରତର ଶପଥ ପାଠ କରାଇଥିଲେ । ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା,ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା,ବି ଡି ଓ, ଖୋର୍ଦ୍ଧା ରୁମାନା ଜାଫ୍ରି, ତହସିଲଦାର ବିଭାଶ ପାଣିଗ୍ରାହୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ରିଜ୍ୱାନା କାକ୍ଵାବ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ମଞ୍ଚାସିନ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ମୋହନ ଦାଶଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବର୍ଗର ସହସ୍ରାଧିକ ବ୍ୟକ୍ତି ବିଶେଷ ପଦଯାତ୍ରାରେ ଯୋଗଦାନ କରି ସହର ପରିକ୍ରମା କରି ପୁନଶ୍ଚ ବିଜେବି ଖେଳ ପଡ଼ିଆ ଠାରେ ପହଞ୍ଚିଥିଲେ ।
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପାଇକ ଆଖଡ଼ା ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ଶ୍ରୀଜଗନ୍ନାଥ ଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ନିକଟରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031