Indus Valley Times

ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

 Breaking News

ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

October 10
13:15 2025

ରାଜନଗର, ୧୦/୧୦ : ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ। ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ। ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡାଯାଇଛି। ତେବେ ବୋଟଟି ଭଦ୍ରକ ଅଞ୍ଚଳର ଆସିଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାରିଣୀ -୨ ବୋଟ୍ ଟି ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲା।
ଏହି ସମୟରେ ହଠାତ ବୋଟଟି ଭାରସାମ୍ୟ ହରାଇ ଏକ ସ୍ଥାନରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା। ଫଳରେ ବୋଟଟି ବୁଡିବା ଆରମ୍ଭ କରିଥିଲା ଏବଂ ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡି ଯାଇଥିଲା। ଏହାପରେ ୮ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲିଆସିଥିଲେ। ଏହାପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930