Indus Valley Times

ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

 Breaking News

ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ
January 07
14:38 2026

ଭୁବନେଶ୍ୱର, ୭/୧: ରାଜ୍ୟ ସରକାରଙ୍କ ତାଗିଦକୁ ମାନୁ ନାହିଁ ଓଡ଼ିଶା ମେଡିକାଲ ସେବା ସଂଘ । ଏସ୍‌ମା ଲାଗୁ ପରେ ମଧ୍ୟ ବୁଧବାର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଦୁଇ ଘଣ୍ଟା ଧରି ଓପିଡ଼ି ବନ୍ଦ ପ୍ରତିବାଦ କରାଯାଉଛି । ତେବେ କେତେକ ସ୍ଥାନରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ରାଜ୍ୟ ଗୃହ ବିଭାଗ ଏସମା ଆଇନ ଲାଗୁ କରିଥିଲେ । ମାତ୍ର ଓମ୍ସାର ଜରୁରୀକାଳୀନ ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲା । ସଂଘ ଗିରଫଦାରୀ ପାଇଁ ପ୍ରସ୍ତୁତ ଥିବା ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଥିଲେ ।
୧୦ ଦଫା ଦାବିରେ ଡାକ୍ତରୀ ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି । ଯାହା ଫଳରେ ରୋଗୀ ସେବା ଗୁରୁତରଭାବେ ପ୍ରଭାବିତ ହୋଇଛି ।
ଗୃହ ବିଭାଗ କହିଛି ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକ୍ସିନିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଠିକା କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031