Indus Valley Times

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

 Breaking News

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ
June 25
21:07 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୬ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳ ଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମାଡି ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍ ପାଇପ୍ ପକାଯାଇ ମରାମତି କରାଯାଇଛି।
ମଙ୍ଗଳବାର ବର୍ଷା କମିବା ପରେ ସନ୍ଧ୍ୟାରେ ଗୁମାଡି ନଦୀରେ ଜଳସ୍ତର କମିଥିଲା ଓ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକରି ବିଳମ୍ବିତ ରାତିରେ ବାଇକ୍ ଚଢ଼ାଇବା ଓ ବୁଧବାର ସକାଳୁ ମାଟି ଉପରେ ମେଟାଲ ପକାଇ ରୋଲର ଚଢ଼ାଇ ରାସ୍ତାକୁ ଟିକିଏ ପକ୍କା କରାଯିବା ପରେ ଏବେ ବସ୍ ସମେତ ଭାରୀ ଟ୍ରକ୍ ଆଦି ଯାତାୟାତ ସ୍ବାଭାବିକ ହୋଇପାରିଛି। ତେବେ ବିପଦ ଏବେ ମଧ୍ୟ ଟଳି ନ ଥିବା କୁହାଯାଇଛି।
ପ୍ରବଳ ବର୍ଷାରେ ପୁଣି ସେହି ଡାଇଭର୍ସନ ରାସ୍ତା ଉପରେ ନଦୀଜଳ ପ୍ରବାହିତ ହେଲେ ଧୋଇଯିବା ଆଶଙ୍କା କରାଯାଉଛି। ସେପଟେ ବର୍ଷା ଯୋଗୁ ପୋଲ ନିର୍ମାଣ କାର୍ଯ୍ୟ ଅଧାରୁ ଅଟକି ରହିଥିବା ଜଣାପଡ଼ିଛି। ପିଡବ୍ଲ୍ୟୁଡିର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କେଶରୀ ସ୍ବାଇଁ ଉକ୍ତ ଗୁମାଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ବର୍ଷା କମିବା ପରେ ଶୀଘ୍ର ପୋଲ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଆଦିବାସୀ ମହାବିଦ୍ୟାଳୟ ତରଫରୁ ନିଶା ନିବାରଣ ସଚେତନତା ଶୋଭାଯାତ୍ରା
ବାଲିଗୁଡା, ୨୫/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା କୁ ନେଇ ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ସମ୍ମୁଖରୁ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ଛାତ୍ର ଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।
ଏଥିରେ ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର‌୍ୟ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031