Indus Valley Times

ସିମ୍ ବକ୍ସ ଜବତ ଘଟଣା; ମାଷ୍ଟର ମାଇଣ୍ଡ ବାଂଲାଦେଶୀ, ଚାଇନା ଓ ପାକିସ୍ତାନରୁ ଆସୁଥିଲା କଲ୍‌

 Breaking News

ସିମ୍ ବକ୍ସ ଜବତ ଘଟଣା; ମାଷ୍ଟର ମାଇଣ୍ଡ ବାଂଲାଦେଶୀ, ଚାଇନା ଓ ପାକିସ୍ତାନରୁ ଆସୁଥିଲା କଲ୍‌

August 17
18:25 2024

ଭୁବନେଶ୍ୱର,୧୭/୮: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ଏଥିରେ ଗିରଫ ହୋଇଥିବା ରାଜୁ ମଣ୍ଡଳଙ୍କ ଏହି ମାମଲାରେ ବାଂଲାଦେଶ ଲିଙ୍କ୍ ରହିଛି। ସିମ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚୁଛି। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର।
ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡିବା ପରେ ପୋଲିସର ଚିନ୍ତା ବଢିଯାଇଛି। କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀ ମାନେ କରିଥାନ୍ତି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିବ କମିଶନରେଟ ପୋଲିସ।
ଶୁକ୍ରବାର ରେଡ୍ ହୋଇଥିବା ଘରୁ ପାଖାପାଖି ୧୦୦୦ଟି ପ୍ରି ଆକ୍ଟିଭେଟ ସିମ୍ ମିଳିଛି। ସେଗୁଡିକ ସବୁ ପଶ୍ଚିମବଙ୍ଗରୁ ଆକ୍ଟିଭେଟ ହୋଇଥିବା ଜଣାପଡିଛି। ପୋଲିସ କମିଶନରନୁସାରେ ରାଜୁ ମଣ୍ଡଳ ଭୁବନେଶ୍ୱରର ଏକ ଭଡା ଘରରୁ ଏହି ସିମ୍ ଅପରେଟ କରୁଥିଲେ। ତେବେ ଏହି ସିମ୍‌ବକ୍ସକୁ ପାକିସ୍ତାନ, ଚାଇନା ସହ ମଧ୍ୟପ୍ରାଚ୍ୟ ଇତ୍ୟାଦି ଇଣ୍ଟରନ୍ୟାଶନାଲରୁ କଲ୍ ଆସୁଥିଲା। ତେବେ ଭୁବନେଶ୍ବର ଛଡା ଅନ୍ୟ ସ୍ଥାନରେ ୨ଟି ସିମବକ୍ସ ଏବେ ବି ଆକ୍ଟିଭ ରହିଛି। ତେବେ ଏହି ସିମ୍‌ବକ୍ସ ଦ୍ୱାରା ର୍ନିଦ୍ଦିଷ୍ଟ କେଉଁ ଅପରାଧରେ ବ୍ୟବହାର ହେଉଥିଲା ସେନେଇ ପୋଲିସ ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତୁ ଜଣାପଡିଛି ଯେ ଏହି ସିମ୍‌ବକ୍ସ ସାଇବର କ୍ରାଇମ୍‌, ହେଟ୍ ମେସେଜ ଓ ଆତଙ୍କବାଦୀ ଆକ୍ରମଣ ଇତ୍ୟାଦି ବଡ଼ ବଡ଼ ଅପରାଧ ପାଇଁ ବ୍ୟବହାର ହେଉଥିଲା। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଆଯିବ। ତେବେ ଏହା ଲ ଏନଫୋରସିଙ୍ଗ ଏଜେନ୍ସଙ୍କ ତଦନ୍ତରେ ବାଧା ସୃଷ୍ଟି ପାଇଁ ବ୍ୟବହୃତ ହେଉଥିଲା ବୋଲି କମିଶନର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930