Indus Valley Times

ସୁରକ୍ଷା,ଭରସାଯୋଗ୍ୟ ବିଜୁଳି ଯୋଗାଣ ଓ ଭିତ୍ତିଭୂମି ବିକାଶରେ ଉତ୍କର୍ଷତା ଆଣିପାରିଛି ଟିପିଏନ୍‌ଓଡିଏଲ୍‌; ବିତରଣ କ୍ଷେତ୍ରରେ ସଂସ୍କାର ଆଣିଛି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ

 Breaking News

ସୁରକ୍ଷା,ଭରସାଯୋଗ୍ୟ ବିଜୁଳି ଯୋଗାଣ ଓ ଭିତ୍ତିଭୂମି ବିକାଶରେ ଉତ୍କର୍ଷତା ଆଣିପାରିଛି ଟିପିଏନ୍‌ଓଡିଏଲ୍‌; ବିତରଣ କ୍ଷେତ୍ରରେ ସଂସ୍କାର ଆଣିଛି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ

August 08
14:56 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୮/୮ : : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଉତର ଓଡ଼ିଶାରେ ୨୭,୯୨୦ ବର୍ଗ କିଲୋମିଟର ଅଂଚଳରେ ୧୯.୯ ଲକ୍ଷ ଗ୍ରାହକ ସହ ଅଂଚଳର ୯୯ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ବିଦ୍ୟୁତ୍ ବଂଟନ ସେବାରେ ଉତ୍କର୍ଷତା ଆଣିବା ଜାରି ରଖିଛି।
ଶୁଭାରମ୍ଭର ଚାରି ବର୍ଷ ମଧ୍ୟରେ ଟିପିଏନ୍‌ଓଡିଏଲ୍ ୨୦୨୩-୨୪ରେ ଶକ୍ତି ମନ୍ତ୍ରଣାଳୟର ବଂଟନ ୟୁଟିଲିଟି ପାଇଁ ସମନ୍ୱିତ ରେଟିଂରେ ଏ+ ରେଟିଂ ହାସଲ କରି ପରିଚାଳନା ଉତ୍କର୍ଷତା କ୍ଷେତ୍ରରେ ଅନ୍ୟତମ ଜାତୀୟ ଅଗ୍ରଣୀ ଭାବେ ଉଭା ହୋଇଛି।
୨୦୨୪-୨୫ ସୁଦ୍ଧା ୧୨୯୫.୨୭ କୋଟି ଟଙ୍କାର ଚକ୍ରବୃଦ୍ଧିର ପୁଞ୍ଜି ବ୍ୟୟ ସହିତ ଟିପିଏନ୍‌ଓଡିଏଲ୍ ପକ୍ଷରୁ ୧୩୭.୭୪ କୋଟି ଟଙ୍କାକୁ ନିରାପତା ଓ ସୁରକ୍ଷାରେ ଖର୍ଚ୍ଚ କରାଯାଇଛି।
ଏଥିରେ ୨୮୫୦ରୁ ଅଧିକ ଡିଟିଆର୍ ବାଡ଼ ଏବଂ ୫୪ ପିଏସ୍‌ଏସ୍ ପାଚେରୀ (୬୦ଟିରେ ବାଡ଼ ନଥିଲା), ୧୦୩୬.୬୫ କିମିର ତ୍ରୁଟିପୂର୍ଣ୍ଣ ତାର ବଦଳାଇବା ଏବଂ ସେଂଟ୍ରାଲ୍ ଷ୍ଟୋର୍‌ରେ ଫାୟାର ପମ୍ପ ହାଉସ୍‌-ୱାଟର ହାଇଡ୍ରାଂଟ୍ ସିଷ୍ଟମ୍‌ର ବ୍ୟବସ୍ଥା କରାଯାଇଛି।
ଏଥି ସହିତ ସୁରକ୍ଷିତ କ୍ଲିୟରାନ୍ସ ପାଇଁ ୧୨,୫୦୦ରୁ ଅଧିକ ଇଂଟରପୋଜିଂ ଖୁଂଟ ସ୍ଥାପନ କରାଯିବା ସହିତ ସମସ୍ତ ପାଂଚ ସର୍କଲ୍‌ରେ ସୁରକ୍ଷିତ ହାଣ୍ଡ୍‌ସ ଅନ୍ ବୈଷୟିକ ତାଲିମ (ଏଚ୍‌ଓଟିଟି) (ପ୍ରତି ସର୍କଲ୍‌ରେ ଗୋଟିଏ ଲେଖାଏଁ) ଏବଂ କାର୍ଯ୍ୟ ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଲୋଟୋ (ଲକ୍‌ଆଉଟ୍‌/ ଟ୍ୟାଗ୍‌ଆଉଟ୍‌) ମୂତୟନ କରାଯାଇଛି। ଡ୍ରୋନ୍ ଆଧାରିତ ସୁରକ୍ଷା ନିରୀକ୍ଷଣ, କାମ ପାଇଁ ଡିଜିଟାଲ୍ ପର୍‌ମିଟ୍‌, ଶ୍ରମଶକ୍ତି ଦ୍ୱାରା ସୁରକ୍ଷା ପିପିଇ ବ୍ୟବହାର, କାର୍ଯ୍ୟସ୍ଥଳରେ ସୁରକ୍ଷା ଜୋନ୍ ସୃଷ୍ଟି ଏବଂ ପ୍ରତି ଷ୍ଟାଫ୍‌ଙ୍କ ବାଧ୍ୟତାମୂଳକ ସୁରକ୍ଷା ତାଲିମ ଟିପିଏନ୍‌ଓଡିଏଲ୍‌ର “ସୁରକ୍ଷା ପ୍ରଥମ’ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
ଦକ୍ଷତା ବୃଦ୍ଧି କରିବା ପାଇଁ କ୍ଷତି ହ୍ରାସରେ ୧୨୬.୫୫ କୋଟି ଟଙ୍କା ନିବେଶ କରାଯାଇଛି, ଯେଉଁଥିରେ ୧୩୪୩.୬୫ କିମି ଏଲ୍‌ଟି ଖୋଲା କଣ୍ଡକ୍ଟରକୁ ଇନ୍‌ସୁଲେଟେଡ୍ ଲାଇନ୍‌ରେ ପରିବର୍ତନ କରାଯାଇଛି ଯାହା ବୈଷୟିକ କ୍ଷତି ହ୍ରାସ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି। ମିଟର ପରୀକ୍ଷଣ ଲ୍ୟାବ୍ ସ୍ଥାପନ ଶକ୍ତି ମାପିବାରେ ସଠିକତା, ଭରସାଯୋଗ୍ୟତା ଓ ନିୟମ ପାଳନକୁ ସୁନିଶ୍ଚିତ କରିଥିବା ବେଳେ ୨.୯ ଲକ୍ଷ ସ୍ମାର୍ଟ ମିଟର ମୂତୟନ ବାସ୍ତବ ସମୟ ବିଦ୍ୟୁତ ଉପଯୋଗିତା ତଥ୍ୟ ଏବଂ ରିମୋଟ୍ ନିରୀକ୍ଷଣ ଓ ବିଲିଂରେ ଗ୍ରାହକମାନଙ୍କୁ ସଶକ୍ତ କରିଛି।
ନେଟ୍‌ୱର୍କ ଭରସାଯୋଗ୍ୟତା ସୁଦୃଢ଼ କରିବା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟତାରେ ୩୨୪.୩୬ କୋଟି ଟଙ୍କା ଏବଂ ଲୋଡ୍ ଅଭିବୃଦ୍ଧି ଅଭିଯାନରେ ୩୩୦.୩୮ କୋଟି ଟଙ୍କା ନିବେଶ କରାଯାଇଛି। ସେବାର ଭରସାଯୋଗ୍ୟତା ବଢ଼ାଇବା ପାଇଁ ୩୧ ପ୍ରାଥମିକ ସବ୍‌ଷ୍ଟେସନ୍‌ର ଉନ୍ନତୀକରଣ କରାଯାଇଥିବା ବେଳେ ୫୫୦ ବଂଟନ ଟ୍ରାନ୍ସଫର୍ମରକୁ ରିଫରବିସ୍ କରାଯାଇଛି, ୨୨୭ ଅଟୋ ରିକ୍ଲୋଜର, ୧୫୪୦ ଫଲ୍‌ଟ ପାସେଜ୍ ଇଣ୍ଡିକେଟର ଓ ୪୦୫୫ ଏଲ୍‌ଭି (ଲୋ ଭୋଲଟେଜ୍‌) ସୁରକ୍ଷା ୟୁନିଟ୍ ମୂତୟନ କରାଯାଇଛି। ଭୋଲଟେଜ୍ ରେଗୁଲେଟର, ଫଲ୍‌ଟ ଲୋକେସନ୍ ସେଲ୍ (ଏଫ୍‌ଏଲ୍‌ସି) ଭ୍ୟାନ୍‌, ଜିଆଇଏସ୍ (ଜିଓଗ୍ରାଫିକ ଇନଫର୍ମେସନ୍ ସିଷ୍ଟମ୍‌) ମ୍ୟାପିଂ, ମୋବାଇଲ୍ ଟ୍ରାନ୍ସଫର୍ମର ଟ୍ରଲି ଓ ଅଲ୍‌ଟ୍ରା ସାଉଣ୍ଡ୍ ସ୍କାନିଂ ଦ୍ୱାରା ତ୍ରୁଟି ଚିହ୍ନଟ ଓ ସେବା ନିରନ୍ତରତାରେ ଉନ୍ନତି ଆସିଛି। ଲୋଡ୍ ଅଭିବୃଦ୍ଧିର ମୁକାବିଲା କରିବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ୨୬ ପାୱାର ଟ୍ରାନ୍ସଫର୍ମର ଓ ୬୭୬ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ର ଉନ୍ନତି କରାଯାଇଥିବା ବେଳେ ୩୬୩ ନୂଆ ଡିିଟିଆର୍ ଓ ୧୪ ନୂଆ ପିଟିଆର୍ ମୂତୟନ କରାଯାଇଛି ଏବଂ ୩୦୧.୦୧ ସିକେଏମ୍‌ର ୧୧ କେଭି ଓ ୧୨୮.୮୮ ସିକେଏମର ୩୩ କେଭି ତାର ଯୋଡ଼ାଯାଇଛି। ୭୭ ସିଙ୍ଗଲ୍‌-ଫେଜ୍ ବଂଟନ ଟ୍ରାନ୍ସଫର୍ମର୍‌କୁ ତିନି ଫେଜ୍‌ରେ ପରିବର୍ତନ କରି ୧୭୪.୮୭ କିମିର ଏଲ୍‌ଟି ନେଟ୍‌ୱର୍କ ବୃଦ୍ଧି କରାଯାଇଛି ଯାହା ଶିଳ୍ପ ଅଭିବୃଦ୍ଧି ଓ ଗ୍ରାମୀଣ ବିଦ୍ୟୁତ୍‌କରଣ ପାଇଁ ଦୃଢ଼ ଭିତିଭୂମି ପ୍ରଦାନ କରିଛି। ଉପକୂଳ ଏବଂ ବନ୍ୟା ପ୍ରବଣ ଅଂଚଳରେ ବିପର‌୍ୟ୍ୟୟ ସ୍ଥାୟୀ ନେଟ୍‌ୱର୍କକୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚ ଟାୱାର ଓ ସ୍ପୁନ୍ କଙ୍କ୍ରିଟ୍ ଖୁଂଟ ସ୍ଥାପନ କରାଯାଇଛି ଯାହା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛି।
ଟିପିଏନଓଡିଏଲ୍ ଉତର ଓଡିଶାରେ ବିଶ୍ୱସ୍ତରୀୟ ଶକ୍ତି ବିତରଣ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ସୁରକ୍ଷା, ସ୍ମାର୍ଟ ଭିତିଭୂମି ଏବଂ ନେଟୱାର୍କ ବିଶ୍ୱସନୀୟତା ଉପରେ ଧ୍ୟାନ ଦେଇଛି। ଉନ୍ନତ ପ୍ରଯୁକ୍ତି, ସକ୍ରିୟ ସୁରକ୍ଷା ପ୍ରଣାଳୀ ଏବଂ ବ୍ୟାପକ ଭିତିଭୂମି ବ୍ୟବହାର କରି ଏହା ଆଜିର ଶକ୍ତି ଆବଶ୍ୟକତା ପୂରଣ କରୁଥିବା ବେଳେ ସ୍ମାର୍ଟ ଇଞ୍ଜିନିୟରିଂ, ଯୋଜନା ଏବଂ କ୍ଷେତ୍ର କାର‌୍ୟ୍ୟକାରିତା ମାଧ୍ୟମରେ କ୍ଷତି ହ୍ରାସ କରି ଏହି ଅଂଚଳକୁ ଭବିଷ୍ୟତ ପ୍ରସୃତ କରୁଛି।
ଏପର‌୍ୟ୍ୟନ୍ତର ଯାତ୍ରା ବିଷୟରେ ମତଦେଇ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ ଏସ୍ କାଲେ କହିଛନ୍ତି ଯେ, “ଆମର ମିଶନ କେବଳ ବିଦ୍ୟୁତ୍ ଯୋଗାଣ ନୁହେଁ। ଆମେ ଏକ ସ୍ଥିର, ଭବିଷ୍ୟତ-ପ୍ରସ୍ତୁତ ଶକ୍ତି ବ୍ୟବସ୍ଥା ଗଠନ କରୁଛୁ ଯାହା ସମ୍ପ୍ରଦାୟକୁ ସଶକ୍ତ କରୁଛି ଏବଂ ଅଂଚଳର ବିକାଶକୁ ପ୍ରେରଣା ଦେଉଛି। ସୁରକ୍ଷା, ବିଶ୍ୱସନୀୟତା ଏବଂ ଭିତିଭୂମି ସମ୍ପ୍ରସାରଣକୁ ପ୍ରାଥମିକତା ଦେଇ ଆମେ ଉତର ଓଡିଶାର ବିକଶିତ ଆବଶ୍ୟକତାଗୁଡିକୁ ପୂରଣ କରୁଛୁ। ଏହି ମାଇଲଖୁଂଟ ଆମ ଦଳର ପ୍ରତିବଦ୍ଧତା ଏବଂ ହିତାଧିକାରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଓଡିଶା ଯେତେବେଳେ ସ୍ଥିର ବିକାଶ ଆଡକୁ ଅଗ୍ରସର ହେଉଛି ଟିପିଏନ୍‌ଓଡିଏଲ୍ କାର‌୍ୟ୍ୟକାରୀ ଉତ୍କର୍ଷତା ଏବଂ ଗ୍ରାହକ କୈନ୍ଦ୍ରୀକ, ଜଳବାୟୁ-ସ୍ଥିର ସମାଧାନ ପ୍ରତି ପ୍ରତିବଦ୍ଧ ରହିଛି।”
ଟିପିଏନ୍‌ଓଡିଏଲ୍‌ର ସଫଳତା ସର୍ବସାଧାରଣ-ବ୍ୟକ୍ତିଗତ ସହଯୋଗିତା ଶକ୍ତିର ଏକ ପ୍ରମାଣ। ଆଧୁନିକ ପ୍ରଯୁକ୍ତି, ସମ୍ପ୍ରଦାୟ ସହଭାଗିତା ଏବଂ ଉତ୍କର୍ଷତା ପ୍ରତି ନିରନ୍ତର ଧ୍ୟାନ ଦେଇ ଏହା ଜାତୀୟ ସ୍ତରରେ ବିଦ୍ୟୁତ୍ ବଂଟନରେ ସୁଧାର ପାଇଁ ଏକ ପକ୍କା ନକ୍ସା ପ୍ରସ୍ତୁତି କରିପାରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031