Indus Valley Times

ହାତୀ ଆକ୍ରମଣରେ ଚାଲିଗଲା ମନ୍ଦୋଦରୀଙ୍କ ଜୀବନ, ବିଲକୁ ଯିବା ବେଳେ ଘଟିଲା ଅଘଟଣ

 Breaking News

ହାତୀ ଆକ୍ରମଣରେ ଚାଲିଗଲା ମନ୍ଦୋଦରୀଙ୍କ ଜୀବନ, ବିଲକୁ ଯିବା ବେଳେ ଘଟିଲା ଅଘଟଣ

ହାତୀ ଆକ୍ରମଣରେ ଚାଲିଗଲା ମନ୍ଦୋଦରୀଙ୍କ ଜୀବନ, ବିଲକୁ ଯିବା ବେଳେ ଘଟିଲା ଅଘଟଣ
December 11
11:55 2024

ଅନୁଗୋଳ, ୧୧/୧୨ : ମହିଳାଙ୍କୁ କଚାଡ଼ି ମାରିଲା ହାତୀ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦିରି ସାହୁ(୪୫)।
ଆଜି ସକାଳେ ମନ୍ଦିରି ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ନିକଟରୁ ବଞ୍ଚିବା ପାଇଁ ମନ୍ଦିରି ଚେଷ୍ଟା କରିଥିଲେ। ହେଲେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ମନ୍ଦିରିଙ୍କର ମୃତ୍ୟୁ ଘଟିଥିଲା।
ମନ୍ଦିରିଙ୍କ ମୃତ୍ୟୁକୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ଗାଁକୁ ହାତୀ ପଲ ପଶି ଉପଦ୍ରବ କରିବା ସହ ଆତଙ୍କ ମଚାଉଛନ୍ତି। ବନ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031