Indus Valley Times

ହୀରାକୁଦ ଡ୍ୟାମରେ ଖୋଲିଲା ୧୦ଟି ଗେଟ୍: ବୌଦ୍ଧରେ ମହାନଦୀର ଜଳସ୍ତର ସ୍ୱାଭାବିକ, ନଦୀକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

 Breaking News

ହୀରାକୁଦ ଡ୍ୟାମରେ ଖୋଲିଲା ୧୦ଟି ଗେଟ୍: ବୌଦ୍ଧରେ ମହାନଦୀର ଜଳସ୍ତର ସ୍ୱାଭାବିକ, ନଦୀକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ହୀରାକୁଦ ଡ୍ୟାମରେ ଖୋଲିଲା ୧୦ଟି ଗେଟ୍: ବୌଦ୍ଧରେ ମହାନଦୀର ଜଳସ୍ତର ସ୍ୱାଭାବିକ, ନଦୀକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
July 09
20:31 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୭ : ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଖୋଲାଯାଇଥିବା ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି।
ବର୍ତ୍ତମାନ ସୁଦ୍ଧା ବୌଦ୍ଧ ସହରସ୍ଥିତ ଜଳସେଚନ ବିଭାଗର ଇନ୍ସପେକ୍ସନ ବଙ୍ଗଳା ନିକଟରେ ମହାନଦୀର ଜଳସ୍ତର ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ।
ଜଳସେଚନ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ, ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ମହାନଦୀର ଜଳସ୍ତର ୮୨.୦୮ ମିଟର ରହିଥିବା ବେଳେ ଏହା କ୍ରମାଗତ ଭାବେ ହ୍ରାସ ପାଉଛି।
ନଦୀର ଶୂନ୍ୟ ସ୍ତର ୮୧.୦୫ ମିଟର, ସତର୍କ ସ୍ତର ୮୬.୮୦ ମିଟର ଏବଂ ବିପଦ ସ୍ତର ୮୭.୮୦ ମିଟର ରହିଛି। ବର୍ତ୍ତମାନର ଜଳସ୍ତର ସତର୍କ ସ୍ତରଠାରୁ ୪.୭୨ ମିଟର ଏବଂ ବିପଦ ସ୍ତରଠାରୁ ୫.୭୨ ମିଟର ତଳେ ଥିବାରୁ ଜିଲ୍ଲାବାସୀଙ୍କ ପାଇଁ ଏହି ମୁହୂର୍ତ୍ତରେ ଚିନ୍ତାର କୌଣସି କାରଣ ନାହିଁ।
ତେବେ ବର୍ଷା ଋତୁ ଓ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମହାନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନଙ୍କୁ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି। ସେହିପରି ଆଭାସୀ ମାଧ୍ୟମରେ ସମସ୍ତ ବିଡିଓ ଓ ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନଦୀକୂଳବର୍ତ୍ତୀ ଗ୍ରାମଗୁଡ଼ିକର ସ୍ଥିତି ଉପରେ ନିରନ୍ତର ନଜର ରଖିବା, ଗ୍ରାମବାସୀଙ୍କୁ ସତର୍କ କରିବା, ତଳିଆ ଅଞ୍ଚଳରେ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବା ଏବଂ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଊଋଙଉ)କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଳସେଚନ ବିଭାଗ ପକ୍ଷରୁ ରଖାଯାଉଛି। ଜିଲ୍ଲା ପ୍ରଶାସନ, ଜଳସେଚନ ବିଭାଗ ଏବଂ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ସଜାଗ ରହି ମହାନଦୀର ଜଳସ୍ତର ଉପରେ ୨୪ ଘଣ୍ଟିଆ ସତର୍କ ନଜର ରଖି ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି।
ଜଳସ୍ତରରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଲେ ଜନସାଧାରଣଙ୍କୁ ତୁରନ୍ତ ସୂଚିତ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନଦିନାଳ ବ୍ୟବହାର ସମୟରେ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031