Indus Valley Times

ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ, ୪ଟା ଯାଏଁ ଗୃହ ମୁଲତବୀ

 Breaking News

ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ, ୪ଟା ଯାଏଁ ଗୃହ ମୁଲତବୀ

ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ, ୪ଟା ଯାଏଁ ଗୃହ ମୁଲତବୀ
September 23
12:04 2025

ଭୁବନେଶ୍ୱର, ୨୩/୯ : ମୌସୁମୀ ଅଧିବେଶନରେ ପଞ୍ଚମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମାତ୍ର ୨୦ ମିନିଟ୍ ପ୍ରଶ୍ନକାଳ ଚାଲିପାରିଛି । ବାରମ୍ବାର ନିବେଦନ ସତ୍ୱେ ବିରୋଧୀ ହୋହାଲ୍ଲା ଜାରି ରଖିବାରୁ ବାଚସ୍ପତି ମହୋଦୟା ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନ କାଳ ଆରମ୍ଭରୁ ହୋହାଲ୍ଲା ଏବଂ ନାରାବାଜି ହୋଇଛି । ବିଜେଡ଼ି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ପଞ୍ଚାୟତ ବ୍ୟବସ୍ଥାରେ ଜନପ୍ରିତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ।
ସିଧାସଳଖ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ବାଡ଼େଇଥିଲେ । ମୋହନ ସରକାର ବିରୋଧରେ ନାରାବାଜି ଦେଇଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ମଧ୍ୟ ପ୍ରତିବାଦ କରିଛନ୍ତି ।
ବିରୋଧୀଙ୍କୁ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ବାରମ୍ବାର ନିବେଦନ କରିଛନ୍ତି । ଏପରିକି ବାଚସ୍ପତି ଛିଡ଼ା ହୋଇ ନାରାବାଜି ନ କରି ପ୍ରଶ୍ନକାଳ ଭଳି ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ ନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟମାନେ ଚୁପ ବସିନଥିଲେ ।
ଏପରିକି ପୋଷ୍ଟର ବ୍ୟାନର ବାଚସ୍ପତିଙ୍କ ସମ୍ମୁଖରେ ଦେଖାଇଛନ୍ତି । ତଥାପି ବାଚସ୍ପତି ଗୃହ କାର‌୍ୟ୍ୟକୁ ଜାରି ରଖିଥିଲେ । ପଞ୍ଚାୟତରାଜ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗକୁ ପଚରାଯାଇଥିବା ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀମାନେ ଉତ୍ତର ରଖିଥିଲେ । କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ କାର‌୍ୟ୍ୟକୁ ସ୍ଥଗିତ ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930