Indus Valley Times

୧୮ ରୁ ଆରମ୍ଭ ହେବ ବେଲଘର ଡିମ୍ବୁଲି ମହୋତ୍ସବ

 Breaking News

୧୮ ରୁ ଆରମ୍ଭ ହେବ ବେଲଘର ଡିମ୍ବୁଲି ମହୋତ୍ସବ

୧୮ ରୁ ଆରମ୍ଭ ହେବ ବେଲଘର ଡିମ୍ବୁଲି ମହୋତ୍ସବ
February 09
10:47 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟ ତର୍ଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ଆନୁକୂଲ୍ୟରେ ଡିମ୍ବୁଲି ମହୋତ୍ସବ ଚଳିତ ମାସ ୧୮ଓ ୧୯ ଦୁଇଦିନ ଧରି ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ , ଏ ନେଇ ସମସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ପ୍ରଥମ ତଥା ଉଦଘାଟନ ଦିନ ସକାଳ ୯ଘଣ୍ଟ ସମୟରେ ଶ୍ରାମ୍ବୁଲି ଡିମ୍ବୁଲି ତୀର୍ଥକ୍ଷେତ୍ର ପରିକ୍ରମା, ଅପରାହ୍ନରେ ପାରମ୍ପରିକ ନୃତ୍ୟ ବାଦ୍ୟ ସହ ନଗର ପରିକ୍ରମା, ଅପରାହ୍ନ ରେ ସଭା କାର‌୍ୟ୍ୟକ୍ରମ ଆରମ୍ଭ, ସନ୍ଧ୍ୟାରେ କ୍ଲାମ୍ବୁ ମୁଖିଆଙ୍କୁ ସମ୍ମାନ ପରେ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ତଥା ଉଦଯାପନୀ ଉତ୍ସବରେ ସଭା କାର୍ଯ୍ୟ ଆରମ୍ଭ ସହ ନିଜନିଜ କ୍ଲାମ୍ବୁ ଅନୁସାରେ ବୈଠକ, ଅପରାହ୍ନରେ ବାର ଭାଇ କ୍ଲାମ୍ବୁ ଅନୁସାରେ ବନ୍ଧୁ ମିଳନ ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବର ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ,ଦୟାନିଧି ଜାନୀ ,ରାମ ମାଝିଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତି ମାନେ ଉପସ୍ଥିତ ରହିବେ। ଏହି ମହୋତ୍ସବରେ ରାଜ୍ୟର ୨୦ ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ର କ୍ଲାମ୍ବୁ ରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବ ରେ ଆସି ପୂଜା ଅର୍ଚ୍ଚନା ରେ ଭାଗ ନେବେ ।
ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆ ମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡ ର ଐତିହ୍ୟ ଓ ପରମ୍ପରା କୁ ଉଦଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟ ରୁ ବଞ୍ଚାଇ ରଖିବା , ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର‌୍ୟ୍ୟଟନ ମାନଚିତ୍ର ରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଛନ୍ତି । ଏଣୁ ଏହି ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେଇ ତୀର୍ଥ କ୍ଷେତ୍ର ଦର୍ଶନର ସୋଭାଗ୍ୟ ପ୍ରାପ୍ତ ଅର୍ଜନ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବାଲିଗୁଡା, ୯/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବନ ବିଭାଗ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡା. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ,ସମ୍ମାନିତ ଅତିଥି ଭାବେ ଭଗବତୀ ପ୍ରସାଦ ସାବତ, ଦେବବ୍ରତ ସିଂଦେଓ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ଶାନ୍ତନୁ କୁମାର ମାଝୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ପରୀକ୍ଷା ଦେବା ସହ ବାପା ମା\’ ଗୁରୁଜନ ତଥା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ମାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ଶିକ୍ଷକ ନାଗାର୍ଜୁନ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ୟୁକୋ କ୍ଲବ, ଏନଆରସି ସାଇନ୍ସ କ୍ଲବ ଏବଂ ମେଥମେଟିକ୍ସ କ୍ଲବ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ପେନ ଉପହାର ପ୍ରଦାନ କରାଯାଇଥିଲା ।

ପାହାଡ଼ ଉପରୁ ଦହିବରା ବିକାଳୀଙ୍କ ଶବ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କନ୍ଧମାଳ, ୯/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଦାଶରଥୀ ଫେବୃଆରୀ ୧ ରେ ଦହିବରା ବିକ୍ରି କରିବାକୁ ପୁରୁଣା କଟକ ଯିବେ ବୋଲି ଜଣେ ସାଙ୍ଗକୁ କହି ଯାଇଥିଲେ ।
ତେବେ ବିଳମ୍ବିତ ରାତି ଯାଏଁ ନ ଫେରିବା ଓ ମୋବାଇଲ ଫୋନ ସୁଇଚ ଅଫ ଥ‌ିବା ଫଳରେ ପରିବାର ଲୋକେ ଖୋଜାଖୋଜି କରି ନ ମିଳିବାରୁ ସଦର ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ ।
ତେବେ ଶୁକ୍ରବାର ସର୍ଷଗୁଡାର କିଛି ଯୁବକ ଓଡି-୦୨ –ବିଏମ-୭୦୫୦ ନମ୍ବର ବିଶିଷ୍ଟ ଏକ ଲୁନା ମୋପେଡ ସପ୍ତାହେ ହେଲା ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ ।
ଫଳରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବାପରେ ପାହାଡ଼ ଉପରେ ହାତ ଗୋଡ଼ ନ\’ ଥିବା ଦାଶରଥି ଙ୍କ ମୃତ ଦେହ ପାଇଥିଲେ । ଏ ନେଇ ସଦର ଥାନାକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ତଦନ୍ତ ପରେ ସବୁ ସୃଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ତଦନ୍ତ ସଠିକ ଢଙ୍ଗ ରେ ହେଉନଥିବା ବିଷୟ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବାରକୋଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା
ବାଲିଗୁଡା, ୯/୨: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଶ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଶ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ଙ୍କ ପ୍ରସ୍ତୁତି ” ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା ” ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତ ରେ ଝୁମିଲେ ଦର୍ଶକ ।
କନ୍ଧମାଳ ର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଉପରେ ପର୍ଯ୍ୟବେଶିତ ଏହି ନୃତ୍ୟ ଗୀତ ରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ । ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ ଛବିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ ।
କନ୍ଧମାଳ ର ଲୋକପ୍ରିୟ କଣ୍ଠ ଶିଳ୍ପୀ ଚରଣ ବିନ୍ଧାଣୀ ଙ୍କ ଲୋକପ୍ରିୟ କୁଇ ଗୀତ “ବାଦୁବାଦୁଲା ରାଧା କୁଞ୍ଜ ବନ ତାନି ସାନା ” ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ବାରକୋଶ ମହୋତ୍ସବ ର ସଭାପତି ତଥା ଫୁଲବାଣୀ ମାନ୍ୟବର ବିଧାୟକ ଅଧକ୍ଷତା କରିଥିଲେ ।
ମୁଖ୍ୟ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବାଲିଗୁଡା, ଏନଏସି ସାଂସଦ ଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, କ. ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ପଣ୍ଡିତ ବିଶିମାଝି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ବାରକୋଶ ମହୋତ୍ସବ ର କାର୍ଯ୍ୟକାରୀ ସଭାପତି ବିଡ଼ିଓ ହୃଦୟ ରଞ୍ଜନ ସାହୁ, ସମ୍ପାଦକ ଦେବାଶିଷ ପ୍ରିୟ ରଞ୍ଜନ ସାହୁ, ଶିବ ସାହୁ, କୋଷାଧକ୍ଷ ପିଙ୍କୁ ନନ୍ଦ,ପରିଚାଳନା କରିଥିବା ବେଳେ ଶିକ୍ଷକ ବଳରାମ ମହାପାତ୍ର ଓ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930