Indus Valley Times

୨୦୩୬ରେ ମୋ ସ୍ୱପ୍ନର ଓଡିଶା ଆଲୋଚନା ଚକ୍ର

 Breaking News

୨୦୩୬ରେ ମୋ ସ୍ୱପ୍ନର ଓଡିଶା ଆଲୋଚନା ଚକ୍ର

୨୦୩୬ରେ ମୋ ସ୍ୱପ୍ନର ଓଡିଶା ଆଲୋଚନା ଚକ୍ର
April 02
13:22 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨/୪ : ଓଡ଼ିଶାର ସର୍ବପ୍ରାଚୀନ ଛାତ୍ର ସାହିତ୍ୟ ଅନୁଷ୍ଠାନ ଉତ୍କଳ ଛାତ୍ର ସାହିତ୍ୟ ସମାଜ ଓ ଦ୍ଵିତୀୟ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ଭାରତୀ ତରଫରୁ ୯୦ତମ ଉତ୍କଳ ଦିବସ ଅବସରରେ ଏକ ମର୍ମସ୍ପର୍ଶୀ ଓ ବୌଦ୍ଧିକ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଆଭାଷିକ ମଧ୍ୟରେ ଆୟୋଜିତ ହୋଇଥିଲା ।
କଳିଙ୍ଗ ଭାରତୀ ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଡାକ୍ତର ସଂଯୁକ୍ତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସୂଚନା ସେବା ରୁ ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ଯୋଗ ଦେଇ ଥିବା ବେଳେ “ ୨୦୩୬ରେ ମୋ ସ୍ୱପ୍ନର ଓଡ଼ିଶା” ରେ ଆମେ ଆମର ଅମର ଇତିହାସକୁ ସଂରକ୍ଷଣ କରିବା ଓ ଇଦଗା ପଡିଆର ସ୍ମୃତି କୁ କିପରି ସାଇତି ରଖିବା ଦିଗରେ ଚେଷ୍ଟିତ ହେବକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ. ।
ମୁଖ୍ୟ ଅତିଥି ଡାକ୍ତର ମହାପାତ୍ର ଓଡ଼ିଶାରେ ଥିବା ଅନ୍ୟ ଭାଷାର ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷା କୁ ଦ୍ଵିତୀୟ ଭାଷା ଭାବେ ବ୍ୟବହାର ନ କରି ପ୍ରଥମ ଭାଷାର ମର୍ଯ୍ୟାଦା ଦେବାକୁ ପ୍ରସ୍ତାବ ଦେଇଥିଲେ ।
ସଭାପତି ଡାକ୍ତର ନନ୍ଦ ଯୁବ ପିଢ଼ି ମାନଙ୍କୁ ଉତ୍ତରଦାୟିତ୍ୱ ଦେବା ଲାଗି ବର୍ତ୍ତମାନର ପିଢ଼ି କିପରି ନିଷ୍ଠାପର ଚେଷ୍ଟା କରିବ ଓ ଏଥିରେ କଳିଙ୍ଗ ଭାରତୀର ଭୂମିକା ବିଷୟରେ କହିଥିଲେ ।
ଅନ୍ୟ ଆଲୋଚକ ମାନଙ୍କ ମଧ୍ୟରେ ସାଗରୀକା ପ୍ରହରାଜ, ସିପ୍ରା କର, ନିର୍ଲିପ୍ତ ମହାନ୍ତି, ଅଭିଷେକ ତ୍ରିପାଠୀ, ଜଗନ୍ନାଥ ସ୍ୱାଇଁ, ମିନତୀ ଦେବୀ, ଉମାଶଙ୍କର ମିଶ୍ର ପ୍ରମୁଖ ବିଷୟବସ୍ତୁ ଉପରେ ଭାଷା, ସାହିତ୍ୟ, ଦର୍ଶନ, କୃଷି, ଶିକ୍ଷା ଓ ଚିକିତ୍ସା ଆଦି କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତ ର ବୃହତ ଦିଗ ଉପରେ ଆଲୋଚନା କରଥିଲେ । ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ଛାନ୍ଦ ପରିବେଷଣ କରିଥିବା ବେଳେ ଯୁବ କଣ୍ଠଶିଳ୍ପୀ ଆହ୍ବାନ ନାୟକ ଓଡ଼ିଆ ସଂଗୀତ ଓ ଆମ ଭବିଷ୍ୟ ଉପରେ ଏକ ସଂଗୀତମୟ ପରିବେଷଣ କରିଥିଲେ ।
କଳିଙ୍ଗ ଭାରତୀ ସମ୍ପାଦକ ଡାକ୍ତର ଅଂଶୁମାନ କର ସଭା ପରିଚାଳନା କରିବା ସହ ବିକଶିତ ଓଡ଼ିଶା ସମ୍ପର୍କରେ ଅନୁଷ୍ଠାନ ତରଫରୁ ସରକାରଙ୍କୁ ଦିଅ ଯାଇଥିବା ୧୧ ସୂତ୍ରୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ରଖିଲେ । ଅନୁଷ୍ଠାନର ଉପସଭାପତି ରଣଜିତ କର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031