Indus Valley Times

୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଅପହୃତ ରାଇସ ମିଲ୍ ମାଲିକ

 Breaking News

୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଅପହୃତ ରାଇସ ମିଲ୍ ମାଲିକ

୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଅପହୃତ ରାଇସ ମିଲ୍ ମାଲିକ
July 15
10:55 2024

ଜୟପୁର, ୧୫/୭: ୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୁଲିସ। ଗତକାଲି ରାତି ୧ଟା ସମୟରେ ଅପହରଣକାରୀଙ୍କ କବଳରୁ ମୁକୁଳିଛନ୍ତି ଏ.ରମେଶ ପାତ୍ର। ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିଲା। ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଥିଲେ।
ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକେ କହିଥିଲେ କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930