Indus Valley Times

ଅରୁଣାଚଳ ପ୍ରଦେଶରେ ସେନାର ଚିତା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ: ଜଣେ ପାଇଲଟ୍ ମୃତ ଆଉ ଜଣେ ଆହତ

 Breaking News

ଅରୁଣାଚଳ ପ୍ରଦେଶରେ ସେନାର ଚିତା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ: ଜଣେ ପାଇଲଟ୍ ମୃତ ଆଉ ଜଣେ ଆହତ

October 05
16:56 2022

ନୂଆଦିଲ୍ଲୀ,୫/୧୦: ବିଜୟା ଦଶମୀରେ ଅଘଟଣ। କ୍ରାଶ୍ ହେଲା ସେନା ହେଲିକପ୍ଟର ‘ଚିତା’। ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ପାଇଲଟ୍ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡ଼ାଣ ପାଇଁ ଯାଇଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟର କ୍ରାଶ ହେବା ପରେ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କିନ୍ତୁ ଜଣେ ପାଇଲଟ- ଲେଫ୍ଟନାଣ୍ଟ କର୍ଣ୍ଣେଲ ସୌରଭ ଯାଦବ ଗୁରୁତର ଭାବେ ଆହତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ପାଇଲଟ୍ଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଚିକିତ୍ସା ଜାରି ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି।
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ତାହା ଜଣାପଡିନାହିଁ। ଘଟଣାର ଅନୁସନ୍ଧାନ ଜାରି ରହିଥିବା ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031