Indus Valley Times

ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର

 Breaking News

ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର

ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର
November 22
12:12 2024

ବୌଦ୍ଧ, ୨୨/୧୧ : ଘରୋଇ କଳିର କରୁଣ ପରିଣତି। ବିଷ ପିଇ ବଡ଼ ଭଉଣୀର ଜୀବନ ଯାଇଥିବା ବେଳେ ସାନ ଭଉଣୀର ଅବସ୍ଥାରେ ଗୁରୁତର ରହିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାଲିକ୍ ପଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ନଳିନୀ ସାହୁ। ନଳିନୀଙ୍କ ସାନ ଭଉଣୀ ସାଲିନୀ ମହାଳିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମହାଲିକପଡ଼ା ଗାଁରେ ମଣ୍ଟୁ ସାହୁ ଓ ତାଙ୍କ ପତ୍ନୀ ନଳିନୀ ସାହୁ ଓ ୨ ବର୍ଷ ପୁଅ ରହି ଆସୁଥିଲେ। ସାଲିନୀ କିଛି ଦିନ ହେବ ନିଜ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ନଳିନୀ ଓ ତାଙ୍କ ସାନ ଭଉଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ ନଳୀନଙ୍କ ସ୍ୱାମୀ ଘରେ ନଥିଲେ। ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା।
ପରେ ନଳୀନଙ୍କ ସାନ ଭଉଣୀ ପ୍ରଥମେ ବିଷ ପିଇ ଦେଇଥିଲେ। ପରେ ବଡ଼ ଭଉଣୀ ନଳିନୀ ଉତ୍ତ୍ୟକ୍ତ ହୋଇ ବିଷ ପିଇ ଦେଇଥିଲେ। ପାଖ ପଡ଼ୋଶୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବଡ଼ ଭଉଣୀ ନଳୀନଙ୍କର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀର ଅବସ୍ଥା ଗୁରୁତର ରହିଛି।
ତେବେ କାରଣ ପାଇଁ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲା, ତାହା ଜଣାପଡ଼ି ନାହିଁ। ଅନ୍ୟପାଖରେ ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930