Indus Valley Times

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ୯ ଘଣ୍ଟା ଜେରା ପରେ ପ୍ରଭାତଙ୍କୁ ଛାଡ଼ିଲା ଇଡି

 Breaking News

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ୯ ଘଣ୍ଟା ଜେରା ପରେ ପ୍ରଭାତଙ୍କୁ ଛାଡ଼ିଲା ଇଡି

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ୯ ଘଣ୍ଟା ଜେରା ପରେ ପ୍ରଭାତଙ୍କୁ ଛାଡ଼ିଲା ଇଡି
June 04
10:45 2022

ଭୁବନେଶ୍ୱର,୪/୬: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ୯ ଘଣ୍ଟାର ଜେରା ପରେ ଛାଡ଼ିଲା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଶୁକ୍ରବାର ଦିନ ଇଡିରେ ହାଜର ହୋଇଥିଲେ। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ତାଙ୍କୁ ହାଜର ପାଇଁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା।
ଇଡି ଅଫିସରେ ଏକ ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। ଏଟି ଗ୍ରୁପ୍ ଲିଙ୍କରେ ତାଙ୍କୁ ଜେରା ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୯ରେ ପ୍ରଭାତଙ୍କୁ ସମାନ ଘଟଣାରେ ଜେରା କରିଥିଲା ଇଡି।
ଏଟି ଗ୍ରୁପ୍ ସହ ୪୦ ଲକ୍ଷ ଟଙ୍କା କାରବାର ଘଟଣାରେ ତାଙ୍କଠୁ ତଥ୍ୟ ଓ କାଗଜପତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ଡାକିଥିଲା ବୋଲି ସେତେବେଳେ ପ୍ରଭାତ ତ୍ରିପାଠୀ କହିିଥିଲେ। ତେବେ ପୁଣି ୩ ବର୍ଷ ବ୍ୟବଧାନ ପରେ ପ୍ରଭାତଙ୍କୁ ପୁଣି ଇଡି ଜେରା କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୂଚନାଥାଉ କି, ୨୦୧୪ ମସିହା ଅକ୍ଟୋବର ୩୧ରେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଲିଙ୍କ୍ ମାମଲାରେ ପ୍ରଭାତ ତ୍ରିପାଠୀ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଏଟି ଗ୍ରୁପ୍ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ହାତେଇ ଥିବା ଲିଙ୍କ୍ରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031