Indus Valley Times

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

 Breaking News

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
May 01
10:24 2026

ଭୁବନେଶ୍ୱର,୧/୫ ; ଦେଶର ବିକାଶରେ ଶ୍ରମିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ର ଶ୍ରମିକମାନଙ୍କ କଠିନ ପରିଶ୍ରମ ଉପରେ ନିର୍ଭରଶୀଳ। କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରମିକମାନେ କଠିନ ପରିଶ୍ରମ କରିଥାନ୍ତି। ତେଣୁ ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବରସ ମେ\’ ଏକ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଏ।
ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନ ପାଳନ କରିବାର ଢ଼ାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାରେ ପ୍ରଦର୍ଶନ କରିଥିଲେ। ଏହାପରେ ସମସ୍ତ ଦେଶରେ ଏହି ଦିବସ ପାଳନ କରାଗଲା। ଏପରିକି ପ୍ରତେକ ବର୍ଷ ବିଭିନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶ୍ରମିକମାନଙ୍କୁ ଏକତ୍ରିତ କରି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
କାହିଁକି ପାଳନ ହୁଏ ଶ୍ରମ ଦିବସ ?
ଆଗରୁ ଶ୍ରମିକମାନେ ଦିନରେ ୧୫-୧୫ ଘଣ୍ଟା କାମ କରୁଥିଲେ। ଯାହାକୁ ଶ୍ରମିକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ୧୮୮୬ ମସିହାରେ ପ୍ରଥମ ଥର ଶ୍ରମିକମାନଙ୍କର କାର୍ଯ୍ୟ ସମୟକୁ ବଦଳାଇବା ପାଇଁ ଆମେରିକାରେ ଶ୍ରମିକମାନେ ଏକ ଆନ୍ଦୋଳନ କରିଥିଲେ।
ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ। ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟରେ ବସିଥିଲେ। ଆନ୍ଦୋଳନ ସମୟରେ ଅନେକ ଶ୍ରମିକ ପ୍ରାଣ ମଧ୍ୟ ହରାଇଥିଲେ ଓ ଏଥିରେ ଶତାଧିକ କର୍ମଚାରୀ ଆହତ ହୋଇଥିଲେ।
ଏହି ଘଟଣାର ତିନି ବର୍ଷ ପରେ ୧୮୮୯ ମସିହାରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତ୍ୟେକ ଶ୍ରମିକଙ୍କୁ ଦିନକୁ ମାତ୍ର ୮ଘଣ୍ଟା କାମ କରିବାକୁ ପଡିବ। ଏଥି ସହିତ, ସମ୍ମିଳନୀ ପରେ ମେ’ ୧ ତାରିଖରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930