Indus Valley Times

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା,ସୁନ୍ଦର ବର ପାଇବା ପାଇଁ ଚାନ୍ଦ ପୂଜା କରିବେ କୁମାରୀ

 Breaking News

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା,ସୁନ୍ଦର ବର ପାଇବା ପାଇଁ ଚାନ୍ଦ ପୂଜା କରିବେ କୁମାରୀ

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା,ସୁନ୍ଦର ବର ପାଇବା ପାଇଁ ଚାନ୍ଦ ପୂଜା କରିବେ କୁମାରୀ
October 09
10:13 2022

ଭୁବନେଶ୍ୱର, ୯/୧୦ : କୁଆଁର ପୁନେଇଁ ଜହ୍ନ ଗୋଟ୍ଟଫୁଲ ବଉଳ ବେଣୀଟ୍ଟ । କୁମାର ପୂର୍ଣ୍ଣିମା ଅବସରରେ ଏମିତି ଗୀତ ଗାଇ ରବିବାର ସକାଳୁ ସକାଳୁ କୁମାରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ସୁନ୍ଦର ବର ପାଇବା ପାଇଁ ବ୍ରତ ରଖିଛନ୍ତି । ଏଥିପାଇଁ ଚାରିଆଡ଼େ ଆନନ୍ଦ ଉଲ୍ଲାସର ପରିବେଶ । କୁମାରୀ ଝିଅମାନେ ବି ପୂରା ପ୍ରସ୍ତୁତ ।
କୁମାର ପୂର୍ଣ୍ଣିମା ପାଇଁ ଗତକାଲି ରାଜଧାନୀର ବିଭିନ୍ନ ମାର୍କେଟ୍ରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ପୋଷାକ ଓ କସ୍ମେଟିକ୍ ଦୋକାନରେ କୁମାରୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ମେହେନ୍ଦି ଡିଜାଇନ୍ ଷ୍ଟଲ୍ ଆଗରେ ମଧ୍ୟ ଝିଅମାନେ ହାତରେ ମେହେନ୍ଦି ଲଗାଇଥିଲେ ।
ଆଜି କୁମାର ପୂର୍ଣ୍ଣିମା ଓ ଏକ ମାସ ଧରି ଚାଲିଥିବା ଜହ୍ନି ଓଷା ବି ଶେଷ ହେଉଛି । ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଛନ୍ତି । ଏହା ପରେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ଗୁଆ, ଲିଆ, ବିଭିନ୍ନ ପ୍ରକାର କଞ୍ଚା ଓ ପାଚିଲା ଫଳ ଏବଂ ନଡ଼ିଆରେ ମା’ ବୃନ୍ଦାବତୀଙ୍କ ଆଗରେ ସାତ ଥର ଆଞ୍ଜୁଳି ଟେକି ମାନସିକ କରିଛନ୍ତି ।
ସେହିପରି ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । ପରେ ଚନ୍ଦ୍ରଙ୍କୁ ଦେଖିବା ପରେ ଏହି ଭୋଗ ଚାନ୍ଦକୁ ଖାଇ ନିଜ ବ୍ରତ ସମ୍ପନ୍ନ କରିବେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031