Indus Valley Times

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା

 Breaking News

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା
October 02
10:47 2024

ପୁରୀ, ୨/୧୦ : ଆଜି ପବିତ୍ର ମହାଳୟା। ମା’ ଜଗତଜନନୀଙ୍କ ଆଗମନ ହେବ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ମା’ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମା’ଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି।
ମା’ଙ୍କର ସେହି ଦୁର୍ଲଭ ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ରିତି ନିତୀ ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସକାଳ ୫ଟାରୁ ଦିନ ୧୧ଟା ୪୫ ଯାଏ ଭକ୍ତମାନଙ୍କର ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ପରେ ଅନ୍ନ ପ୍ରସାଦ ପାଇଁ ୧୧ ଟା ୪୫ ରୁ ୧୨ ଟା ୩୦ ଯାଏ ଦର୍ଶନ ବନ୍ଦ ରହିବ । ପରେ ୧୨ ଟା ୩୦ ରୁ ସଂଧ୍ୟା ୭ ଟା ୪୫ ଯାଏ ଖୋଲା ରହିବ । ଆଳତୀ ପାଇଁ ୭ ଟା ୪୫ ରୁ ୮ ଟା ୩୦ ଯାଏ ବନ୍ଦ ରହିବ ଓ ତା\’ ପରେ ପୁଣି ଦର୍ଶନ ଚାଲିବ।
ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ ଓ ଶ୍ରାଦ୍ଧ ପରମ୍ପରା ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ବଢ଼ିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930