Indus Valley Times

ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର

 Breaking News

ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର

ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର
January 13
11:12 2025

ବାରିପଦା,୧୩/୧: ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢ଼େ ୧୧ ଫୁଟ ଉଚ୍ଚ ମହିନ୍ଦ୍ରାର ବୟସ ୬୫ବର୍ଷ ହେବ ବୋଲି ଜଣାପଡ଼ିଛି।
ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହିନ୍ଦ୍ରା ହାତୀ ପିଠିରେ ବସି କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ମହିନ୍ଦ୍ରା। ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ମହିନ୍ଦ୍ରାର କାର‌୍ୟ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ।
ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ତେବେ ମହିନ୍ଦ୍ରାର ସ୍ବାସ୍ଥ୍ୟ ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁ ବରଣ କରିଛି। ତେବେ ଶିମିଳିପାଳ ପାଇଁ ମହିନ୍ଦ୍ରାର କର୍ତ୍ତବ୍ୟ ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି। ସୋମବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930