Indus Valley Times

ଆଜି ହେଉଛି ପବିତ୍ର ରାମ ନବମୀ

 Breaking News

ଆଜି ହେଉଛି ପବିତ୍ର ରାମ ନବମୀ

April 06
09:38 2025

ଓଡ଼ି଼ିଶା, ୬/୪ : ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର‌୍ୟ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ ।
ଏହି ଅବସରରେ ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର। ସବୁଠି ଶୁଭୁଛି ରାମ ନାମ। ପ୍ରଭୁଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରୀରାମ ନବମୀ ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ରାଜ୍ୟର ସମସ୍ତ ରାମ ମନ୍ଦିର। ରାଜଧାନୀର ରାମ ମନ୍ଦିର ସମେତ ସମସ୍ତ ମଠ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତ୍ରେତୟା ଯୁଗରେ ରାବଣର ଅତ୍ୟାଚାରକୁ ଶେଷ କରି ଧର୍ମକୁ ପୁନଃସ୍ଥାପିତ କରିବା ପାଇଁ ଭଗବାନ ବିଷ୍ଣୁ ଏ ଧରାପୃଷ୍ଠରେ ଅବତାରିତ ହୋଇଥିଲେ। ଭଗବାନ ବିଷ୍ଣୁଙ୍କ ଏହି ଅବତାର ରାମ ନାମରେ ଜଣାଶୁଣା। ଭଗବାନ ରାମଙ୍କ ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ଦିନ ପୁନର୍ବସୁ ନକ୍ଷତ୍ରରେ କର୍କଟ ଲଗ୍ନରେ ହୋଇଥିଲା।
ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ ।
ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ କୁହାଯାଏ । ସବୁଠାରୁ କଠିନ ପରିସ୍ଥିତିରେ, ଶ୍ରୀରାମ ଧର୍ମ ତ୍ୟାଗ କରିନଥିଲେ । ଏହି ସମସ୍ତ ଗୁଣ ହେତୁ ସେ ଶ୍ରେଷ୍ଠ ବ୍ୟକ୍ତିଙ୍କ ନାମ ପାଇଲେ ଏବଂ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଗଲା ।
ଏହାସହିତ କେହି କେହି ଏହାକୁ ମା ଦୁର୍ଗାଙ୍କ ନବରାତ୍ରର ସମାପନ ଭାବରେ ପାଳନ କରୁଥିବାବେଳେ କେହି କେହି ଏହାକୁ ଶ୍ରୀରାମଙ୍କ ଜନ୍ମଦିନ ଭାବରେ ପାଳନ କରନ୍ତି। ଏହି ଦିନ ଅଯୋଧ୍ୟାର ବଡ ବଡ ମନ୍ଦିରରେ ରାମଲାଲାଙ୍କ ଜନ୍ମଦିନ ପାଳନ କରାଯାଏ।
ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ ।
ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930