Legatus

ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଓ ସଡ଼କ ସୁରକ୍ଷା ସପ୍ତାହ ପାଳିତ

 Breaking News

ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଓ ସଡ଼କ ସୁରକ୍ଷା ସପ୍ତାହ ପାଳିତ

April 01
12:36 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୧/୪ : ନୟାଗଡ ଜିଲ୍ଲାପାଳ ଙ୍କ ସଦଭାନା ଗୁହରେ ସଡ଼କ ସୁରକ୍ଷାସପ୍ତାହ ସଚେତନତାପାଇଁଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯିବ ଏହା କୁ କିପରି ସଫଳ ରୁପାୟନ ହୋଇପାରିବ ଏହା ଉପରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ସହ ସୂଚନା ଲୋକମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଜନସାଧରଣ ସଚେତନ ପାଇଁ ବକ୍ତବ୍ୟ ରଖିଥିଲେ ।
ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସୂଚନା ଅନୁସାରେ । ୨୦୨୧ ମସିହାରେ ନୟାଗଡ଼ରେ ୨୧୭ଟି ଦୂର୍ଘଟଣା ଘଟିଥିବା ବେଳେ ୮୪ ଜଣ ମୃତ୍ୟୁ ବରଣ କରିଥିଲେ । ୨୦୨୨ ମସିହାରେ ଦୂର୍ଘଟଣା ସେହି ୨୧୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୫କୁ ବୃଦ୍ଧି ପାଇଛି ।
ନୟାଗଡ଼ ଜିଲ୍ଲାରେ ବିଗତଦିନରେ ୯ ଟି କଳାଦାଗ କ୍ଷେତ୍ର ଚିହ୍ନଟ କରାଯାଇଛି । ଦଶପଲ୍ଲା ଥାନା ଅଧିନରେ ୪ଟି ସ୍ଥାନ ଚିହ୍ନଟ କରାଯାଇଛି । ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ ପାଳନ ଉପଲକ୍ଷେ, ପୁଲିସ ଏବଂ ପରିବହନ ବିଭାଗ ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା, ବିନା ହେଲମେଟ, ସିଟବେଲ୍ଟ ବାନ୍ଧୁନଥିବା ଚାଳକ, ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଜରିମାନା କରାଯିବ ବୋଲି ସୂଚନା ମିଳିଛି । ୧୮ବର୍ଷରୁ କମ୍ ପିଲାମାନେ ଗାଡ଼ି ଚଳାଉଥିଲେ ।
ସେମାନଙ୍କ ଅଭିଭାବକଙ୍କୁ ୨୫ ହଜାର ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ ସହ ୨୫ବର୍ଷ ହେଲା ପର୍ଯ୍ୟନ୍ତ ଡ୍ରାଇ ଭିଙ୍ଗ ଲାଇସେନ୍ସ କରିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଥିବା କୁହାଯାଇଛି । ଏହି ସପ୍ତାହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ବିଭିନ୍ନ କଳାଦାଗ କ୍ଷେତ୍ରଠାରେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଯଦ୍ୱାରା ଦୂର୍ଘଟଣା ଘଟିବାର ‘ସ୍ୱର୍ଣ୍ଣ ମୁହୁର୍ତ୍ତ’ ମଧ୍ୟରେ ଦୂର୍ଘଟଣା ପିଡିତଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଇଛି । ପୂର୍ତ୍ତ ବିଭାଗ ଦ୍ୱାରା ବିଭିନ୍ନ ପ୍ରକାର କଳାଦାଗ କ୍ଷେତ୍ରକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2025
M T W T F S S
 1
2345678
9101112131415
16171819202122
23242526272829
30