Indus Valley Times

ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 Breaking News

ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
November 04
19:40 2022

ପୁରୀ,୪/୧୧: ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ।
ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ ସେନେଇ ଅଲୋଚନା ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକ ପରେ ସେ କହିଛନ୍ତି, ରାଷ୍ଟ୍ରପତି ନିର୍ଦ୍ଧାରିତ ତାରିଖରେ ପୁରୀରେ ପହଞ୍ଚିବା ପରେ ଦିନ ୧୨ଟାରୁ ୧ଟା ଭିତରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ସେ ଗର୍ଭଗୃହକୁ ଯାଇ ଠାକୁରଙ୍କ ପୂଜାର୍ଚ୍ଚନା କରିବେ। ପରେ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ଦିନ ପ୍ରାୟ ୧୦ଟାରୁ ବନ୍ଦ କରି ଦିଆଯିବ।
ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବା ପରେ ସାଧାରଣ ଲୋକେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ଯାଇପାରିବେ। ଏହି ଦିନ ନୀତିକୁ ଠିକ୍ ସମୟରେ ସମାପ୍ତ କରିବାକୁ ସେବାୟତଙ୍କ ସହ ଅଲୋଚନା ହୋଇଛି। ସମସ୍ତଙ୍କ ସମନ୍ୱୟରେ ନୀତି ଶୃଙ୍ଖଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।
ସୂଚନା ଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୧୦ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିବେ । ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
ତା’ପରେ ପୁରୀ ରାଜଭବନ ଯାଇ ସେଠାରେ ବିଶ୍ରାମ କରିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଆସି ବିଭିନ୍ନ ସ୍ଥାନରେ ଥିବା ରାଜ୍ୟର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନ ଯିବେ ଓ ସେଠାରେ ତାଙ୍କ ନିମନ୍ତେ ନାଗରିକ ସମ୍ବର୍ଦ୍ଧନାର କାର‌୍ୟ୍ୟକ୍ରମ ରହିଛି। ରାତିରେ ସେ ରାଜଭବନରେ ରହିବେ ।
୧୧ ତାରିଖରେ ସେ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲର, ୟୁନିଟ-୨ ସରକାରୀ ଗାଲର୍ସ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି। ପରେ ସେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିବିଧ ଭାରତୀୟ ଭାଷାରେ ପୋର୍ଟାଲ ‘ଇ-କୁମ୍ଭ’ର ଉନ୍ମୋଚନ କରିବେ। ଅପରାହ୍ନରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031