Indus Valley Times

ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇବ

 Breaking News

ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇବ

August 14
11:36 2022

ଭୁବନେଶ୍ୱର ୧୪/୮: ଓ୍ବେଲମାର୍କ ଲୋ’ପ୍ରେସର ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇବ ।
ଆଜି ୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ । ୧୦ ଜିଲ୍ଲାକୁ ରେଡ୍ , ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ତେବେ ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହେବ । ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ କଚ୍ଚାଘର ଭାଙ୍ଗିବା ସହ କଚ୍ଚା
ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବ । ବିପଦସଂକୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି ।
ସେପଟେ ଗତ ୨୪ ଗଣ୍ଟା ମଧ୍ୟରେ ଜଗତସିଂହପୁର ଏରସମାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପରେ ସୁନ୍ଦରଗଡ ହେମଗିରିରେ ୨୦୪ ମିମି ବର୍ଷା ହୋଇଛି । ଜଗତସିଂପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930