Indus Valley Times

ଆସନ୍ତା ୧୯ରୁ ପୁଣି ଥରେ କୋଭିଡ୍ ଟିକାଦାନ ଅଭିଯାନ, ଏହି ଲୋକଙ୍କୁ ଦିଆଯିବ ଟିକା

 Breaking News

ଆସନ୍ତା ୧୯ରୁ ପୁଣି ଥରେ କୋଭିଡ୍ ଟିକାଦାନ ଅଭିଯାନ, ଏହି ଲୋକଙ୍କୁ ଦିଆଯିବ ଟିକା

ଆସନ୍ତା ୧୯ରୁ ପୁଣି ଥରେ କୋଭିଡ୍ ଟିକାଦାନ ଅଭିଯାନ, ଏହି ଲୋକଙ୍କୁ ଦିଆଯିବ ଟିକା
January 16
18:04 2023

ଭୁବନେଶ୍ୱର,୧୬/୧: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଯେଉଁଥିରେ କୁହାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି, ସେମାନେ ଏହି ଟିକା ନେଇପାରିବେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ପାରିବେ।
ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନାରାୟଣ ମିଶ୍ର କହିଛନ୍ତି, ଏବେ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ଲୋକ ବୁଷ୍ଟଷ୍ଟୋର ଟିକା ନେଇନାହାନ୍ତି। ୧୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ମାର୍ଚ୍ଚରେ କରୋନା ସଂକ୍ରମଣ ବଢ଼ିବା ନେଇ ଅଶଙ୍କା ଥିବାରୁ ଲୋକେ ଟିକା ନେଇ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଚିତ। ଏହାଛଡ଼ା କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକେ ବିନା କୌଣସି ଭୟରେ ଏବେ ଦିଆଯାଉଥିବା କୋଭିସିଲ୍ଡ ଟିକା ନେଇପାରିବେ। କୋଭିସିଲ୍ଡ ଖୁବ୍ ପ୍ରଭାବଶାଳୀ ବୋଲି ଗବେଷଣା ସରିଛି। ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ପାଖରେ କରୋନା ସହ ଲଢ଼ିବା ନେଇ ଆଣ୍ଟିବଡିଂ ସୃଷ୍ଟି ହୋଇ ପାରି ନ ଥିବ। ତେଣୁ ସେମାନେ ପୁନଃ ଦୁଇଟି ଡୋଜ୍କୁ ନିର୍ଦ୍ଧାରିତ ବ୍ୟବଧାନ ଭିତରେ ନେବା ସହ ପରେ ବୁଷ୍ଟର ଡୋଜ୍ ନେବା ଉଚିତ୍। ତୃତୀୟ ଓ ଚତୁର୍ଥ ଡୋଜ୍ ନେବା ସମସ୍ତ ଲୋକଙ୍କ ପାଇଁ ଭଲ ହେବ।
ସୂଚନା ଥାଉକି, ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ। ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି। ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫ରୁ ୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି। ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031