Indus Valley Times

ଆସନ୍ତା ୩୦ରୁ ୪୦ ଦିନ ଯାଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

 Breaking News

ଆସନ୍ତା ୩୦ରୁ ୪୦ ଦିନ ଯାଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଆସନ୍ତା ୩୦ରୁ ୪୦ ଦିନ ଯାଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
January 02
18:26 2023

ଭୁବନେଶ୍ୱର,୨/୧: ଆସନ୍ତା ୩୦ରୁ ୪୦ ଦିନ ଯାଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ରୂପ ବଦଲାଇବା ହେଉଛି କରୋନାର ଚରିତ୍ର। ଏବେ ଦେଶରେ ଏକ୍ସବିବି ୧.୫ ନୂଆ ଭାରିଆଣ୍ଟ ରୂପରେ ଦେଖାଦେଇଛି। କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ହେବ ଜଣାପଡିନାହିଁ। ପରୀକ୍ଷା ନିରିକ୍ଷା ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ନଭେମ୍ବର ୧୧ ତାରିଖରୁ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ତଳେ ରହୁଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ ଜଣ ରୋଗୀ ରହିଛନ୍ତି। ଆଗକୁ ସଂକ୍ରମଣ ବଢିପାରେ। କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ? ଲକ୍ଷଣ କେତେ ଭୟଙ୍କର ହେବ? ତାହାର ତଥ୍ୟ ଆସିନାହିଁ। ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
ସମସ୍ତ ମେଡ଼ିକାଲ୍ କଲେଜରେ ୨୦ଟି ଲେଖାଏଁ ବେଡ୍ ମହଜୁଦ ରହିଛି। ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ୍ ମହଜୁଦ ରହିଛି। ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ମଧ୍ୟ ବଢାଯିବ। ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲାର ସମସ୍ତ ଅର୍ବାନ ପିଏଚ୍ସି ଓ ସିଏଚ୍ସିରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031