Indus Valley Times

ଉଦଯାପିତ ହେଲା ସପ୍ତମ ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା:ଗଡଜାତ ଲୋକ ମହୋତ୍ସବ ବୌଦ୍ଧ ପ୍ରଚୀନ ଗଡଜାତର ଗାରିମା ଓ ଲୋକନୃତ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାି ପାରିଛି

 Breaking News

ଉଦଯାପିତ ହେଲା ସପ୍ତମ ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା:ଗଡଜାତ ଲୋକ ମହୋତ୍ସବ ବୌଦ୍ଧ ପ୍ରଚୀନ ଗଡଜାତର ଗାରିମା ଓ ଲୋକନୃତ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାି ପାରିଛି

December 22
10:32 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଲୋକ ଓ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଗଡଜାତ ଲୋକ ମହୋତ୍ସବ ବୌଦ୍ଧ ପ୍ରାଚୀନ ଗଡଜାତର ଗାରିମା ଓ ଲୋକନୃତ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାି ପାରିଛି ବୋଲି ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ୍ୟ ଓମ ପ୍ରକାଶ ପ୍ରଧାନ, ବରଗଡର ସାମ୍ବାଦିକ ବିଭୁରଂଜନ ତରାସିଆ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅମାତ ଗଡଜାତ ମହୋତ୍ସବ ଦ୍ୱାରା ଜିଲ୍ଲାର ହଜିଯାଉଥିବା ପୁରୁଣା ସଂସ୍କୃତି, ପରମ୍ପରା ଉଦଜିବୀତ ହେବା ସହ ଏହାର ପ୍ରସାର ପ୍ରସାର ହୋଇପାରିବ ବୋଲି ମତ ବ୍ୟକ୍ତ କରିବା ସହ ସାତ ଦିନ ଧରି ଗଡଜାତ ଜାତ ଲୋକ ମହୋତ୍ସବ ଆୟୋଜନ କରିଥିବାରୁ କମିଟି ସଦସ୍ୟଙ୍କୁ ଭୁରିୟସୀ ପ୍ରଂଶସା କରିଥିଲେ । ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏଥିସହ ବିଭିନ୍ନ କ୍ଷେତ୍ରରେ ପ୍ରସଂଶନୀୟ କାର୍ଯ୍ୟ ପାଇଁ ରାଧାନଗର ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ଦେହୁରୀ, ଦନ୍ତଚିକିତ୍ସକ ଡ.ମନୋରଂଜନ ମହାକୁର, କୁଟିବାରି ଗ୍ରାମର କୃଷକ ଗୋଲେଖ ବିହାରୀ ସାହୁ, ବରିଷ୍ଠ ସାମ୍ବାଦିକ ରଘୁନାଥ ଷଡଙ୍ଗୀ, ବନରକ୍ଷୀ ପ୍ରକାଶ କୁମାର ପ୍ରଧାନ, ସଙ୍ଗିତ ନିର୍ଦ୍ଦେଶକ ବୀରପ୍ରତାପ ସିଂ ଓ ତ୍ରିଶୁଲ ବେହେରା, ଜମଟାଙ୍ଗୀ ଗ୍ରାମର ଚିତ୍ରଶିଳ୍ପୀ କୌଶିକ ଜାଲ, ସମ୍ବଲପୁରୀ କଣ୍ଠଶିଳ୍ପି ଶାନ୍ତନୁ ସାହୁ ଓ ଶୀତଲ ସାହୁ, ସମାଜସେବୀ ଦାମୋଦର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଉଦଯାପନୀ ସନ୍ଧ୍ୟାରେ ପଇଁରୀ ଅନୁଷ୍ଠାନ ସୋନପୁର ପକ୍ଷରୁ ନୃତ୍ୟୁ, ସମ୍ବଲପୁରୀ କଣ୍ଠଶିଳ୍ପୀ ଶାନ୍ତନୁ ସାହୁ ଓ ଶୀତଲ ସାହୁଙ୍କ ଦ୍ୱାରା ମେଲୋଡି ପରିବେଷଣ ହୋଇଥିଲ ।
ପ୍ରବଳ ଶୀତ ସତ୍ୱେ ଦର୍ଶକ ମନଭରି ସମ୍ବଲପୁରୀ ନାଚ ଓ ଗୀତରେ ବିଭୋର ହୋଇପଡିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦେବାଶିଷ ମହାକୁଡ, ପୁର୍ଣ୍ଣ ଗାଈଗୌରିଆ, ନରେନ୍ଦ୍ର ସାହୁ, ଲିଙ୍ଗରାଜ ମହାକୁଡ, ସୁଶାନ୍ତ ପାତ୍ର, ଜ୍ୟୋତି ଗାଈଗୌରିଆ, ରାକେଶ ମହାକୁଡ ,ବିଜୟ କୁମାର ସାହୁ, ବିଘ୍ନରାଜ, ରାଜେଶ, ସୁଜ୍ଞାନ ପ୍ରଧାନ, ପୁରନ୍ଦର ଠେଲା ଓ ଦେବେନ୍ଦ୍ର ସାହୁ ପରିଚାଳନା କରିଥିଲେ ।
ବୌଦ୍ଧରେ ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ ନେଇ କଳସ ଶୋଭାଯାତ୍ର:ପାଞ୍ଚଦିନ ଧରି ବତିଶ ବେଶରେ ଦର୍ଶନ ଦେବେ ଚର୍ତୁଦ୍ଧାମୂର୍ତ୍ତି
ବୌଦ୍ଧ,୨୨/୧୨: ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୌରୀ ଗୋପାଳ ସେବାଶ୍ରମ ଓ ବେଦପାଠଶାଳା ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହଯୋଗରେ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ ଓ ଦୁର୍ଲଭ ୩୨ବେଶ ଦର୍ଶନ ଉତ୍ସବ ନେଇ ଗୁରୁବାର ଦିନ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ଗୁରୁବାର ଅପରାହ୍ନରେ କଳସ ଶୋଭାଯାତ୍ରା ବୌଦ୍ଧ ମଦାନଦୀର ଚନ୍ଦ୍ରଚୁଡ ଘାଟରୁ ବାହାରି ସହର ପରିକ୍ରମା କରି ବୌଦ୍ଧ ଜଗନ୍ନାଥ ମନ୍ଦିରରେ ପହଞ୍ôଚଥିଲା । କଳସ ଶୋଭଯାତ୍ରାରେ ସହରର ଶତାଧିକ ମହିଳା ମାନେ ସାମିଲ ହୋଇ କଳସ ଧରି ଜଗନ୍ନାଥ ମନ୍ଦିରକୁ ଆସିଥିଲେ ।
ଏହି ଲୀଳା ମହୋତ୍ସବ ଶୁକ୍ରବାର ଦିନ ଶୁଭାରମ୍ଭ ହେବାକୁ ଥିବା ବେଳେ ଗୁରୁବାର ଦିନ ମନ୍ଦରିରେ କଳସ ସ୍ଥାପନ କରାଯାଇଛି । ଏହି ମହୋତ୍ସବ ୨୬ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥି ପାଇଁ ପୁରୀରୁ ବେଶକାରୀମାନେ ଆସି ମନ୍ଦିର ପ୍ରାଙ୍ଗଣ ପଡିଆରେ ନିର୍ମିତ ୩୨ ଗୋଟି ମଣ୍ଡପରେ ଠାକୁରଙ୍କ ଦୁର୍ଲଭ ବେଶ ପ୍ରସ୍ତୁତ କରିଛନ୍ତି ।
ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲଭ ବେଶ ଦର୍ଶନ ସହିତ ପ୍ରତିଦିନ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଛି । । ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଗୌରୀ ଗୋପାଳ ସେବାଶ୍ରମ କର୍ମକର୍ତ୍ତା ଓ ସହରର ବିଭିନ୍ନ ଧାର୍ମକ ତଥା ସ୍ୱେଛାସେବୀ ଅନୁଷ୍ଠାନ ସାମିଲ ହୋଇଛନ୍ତି ।
ଲିଙ୍ଗଗତ ବୌଷମ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୨/୧୨: ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ବୌଦ୍ଧବ୍ଲକ ର ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଲିଙ୍ଗଗତ ବୌଷମ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ – ୨୦୨୨ ଏବଂ ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳସମିତିର ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ, ପୋଷ୍ୟ ସନ୍ତାନ ଆଇନ – ୨୦୨୨ ଉପରେ ଆଲୋଚନା କରିବା ସହ ବେଆଇନ ଭାବରେ ପୋଷ୍ୟସନ୍ତାନ ଗ୍ରହଣକଲେ ଦୃଢକାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବାଉଁଶୁଣୀ ଗୋଷ୍ଠିସ୍ୱାସ୍ଥ୍ୟ ଅଧିକାରୀ ଡ. ଅର୍ନ୍ତଯ୍ୟାମୀ ବେହେରା ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକାରୀ ସରକାରୀ ଯୋଜନା ଓ ଆନୁଷ୍ଠାନିକ ବ୍ୟବସ୍ଥା ତଥା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ ।
ପ୍ରଶିକ୍ଷକ ତଥା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ ଯୋଗଦେଇ ଲିଙ୍ଗଗତ ଅସମାନତା ଓ ବେଟି ବଚାଓ ବେଟି ପଢାଅ ଯୋଜନା ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା,କନ୍ୟା ସନ୍ତାନର ସ୍ୱାସ୍ଥ୍ୟ ଓ ଶିକ୍ଷାଉପରେ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଯୋଗଦେଇ ବାଲ୍ୟବିବାହ ନିରାକରଣ ଓ କିଶୋର ନ୍ୟାୟ ଆଇନଉପରେ ଆଲୋକପାତ କରିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ବୌଦ୍ଧବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସୁଧାଂଶୁ ଶେଖର ପ୍ରଧାନ ଯୋଗ ଦେଇ ଗ୍ରାମ ତଥା ପଂଚାୟତସ୍ତରରେ ସମସ୍ତେ ସଚେତନ ହେଲେ ସରକାରଙ୍କ ଯୋଜନା ଗୁଡିକ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପି.ଏଚ.ଇ.ଓ କୁନ୍ଦନଲାଲ ଭୋଇ ଓ ବହୁ ଆଶା କର୍ମୀଯୋଗ ଦେଇଥିଲେ । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ତଥା ଅସୁରକ୍ଷିତ ବା ବିପଦସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ବିଷୟରେ ତୁରନ୍ତ ୧୦୯୮ ବା ଚାଇଲ୍ଡ ଲାଇନକୁ ଜଣାଇବା ପାଇଁ ସଚେତନ କରାଗଲା । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପରାମର୍ଶଦାତା ବସନ୍ତ କୁମାର ଦିଶିର ସ୍ୱାଗତ ଭାଷଣ ଦେଇଥିଲା ବେଳେ ଚିତ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୨/୧୨: ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଦୁଇଦିନ ଧରି ହରଭଙ୍ଗା ବ୍ଲକ ର ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚାରିଛକ ମିଶନ ଶକ୍ତି ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ – ୨୦୨୨, ଲିଙ୍ଗଗତ ବୌଷମ୍ୟ , ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଉପରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।
ଗତ ମଙ୍ଗଳବାର ପ୍ରଥମ ଦିନରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଶୁଭ ପ୍ରକାଶ ଦାସ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ବୁଧବାର ଦ୍ୱିତୀୟ ଦିନ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ, ପୋଷ୍ୟ ସନ୍ତାନ ଆଇନ – ୨୦୨୨ ଉପରେ ଆଲୋଚନା କରିବା ସହ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଯୋଗଦେଇ ଲିଙ୍ଗଗତ ଅସମାନତା ଓ ବେଟି ବଚାଓ ବେଟି ପଢାଅ ଯୋଜନା ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା କନ୍ନ୍ୟା ସନ୍ତାନର ସ୍ୱାସ୍ଥ୍ୟ ଏବଂ ଆଇନ୍ ଅନୁଯାଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପରାମର୍ଶ ଦେଇ ଥିଲେ ।
ବାଲ୍ୟ ବିବାହ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ ବାଲ୍ୟ ବିବାହ ନିରାକରଣ ଆଇନ ଉପରେ ଆଲୋକପାତ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ର ହରଭଙ୍ଗା ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଅରୁଣ କୁମାର ପାଢୀ ଯୋଗ ଦେଇ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ହେଲେ କାର୍ଯକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ଆଶା କର୍ମୀ ଯୋଗ ଦେଇ ଥିଲା ବେଳେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶ ଦାତା ବସନ୍ତ କୁମାର ଦିଶିରି ସ୍ୱାଗତ ଭାଷଣ ଦେଇ ଥିଲା ବେଳେ, ବବିତା ଗାଈଗୌରିଆ ଧନ୍ୟବାଦ ପ୍ରଦାନ କରିଥିଲେ ।
ଜୁରାମୁଣ୍ଡା କପ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ,୨୨/୧୨ ବୌଦ୍ଧ ବ୍ଲକ ଜୁରାମୁଣ୍ଡା ଖେଳପଡିଆଠାରେ ଜୁରାମୁଣ୍ଡା କପ କ୍ରିକେଟ ପ୍ରତିଯୋଗିତା ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜୁରାମୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଦୁଇଟି ଫର୍ମାଟ୍ ରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ ମୁର୍ଷୁଣ୍ଢି ପଞ୍ଚାୟତ ଓ ଏଲଏମସିସି ମଧ୍ୟରେ ଖେଳାଯାଇଥିଲା ।
ସେଥିରେ ମୁର୍ଷୁଣ୍ଢି ଦଳ ବିଜୟୀ ହୋଇଥିଲେ । ଦ୍ୱିତିୟ ମ୍ୟାଚ ବାଗବର ଓ ମନମୁଣ୍ଡା ପଞ୍ଚାୟତ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମନମୁଣ୍ଡା ପଞ୍ଚାୟତ ବିଜୟୀ ହୋଇଥିଲା । ମୁର୍ଷୁଣ୍ଡି ଓ ମନମୁଣ୍ଡା ମଧ୍ୟରେ ହୋଇଥିବା ତୃତୀୟ ମ୍ୟାଚରେ ମନମୁଣ୍ଡା ବିଜୟୀ ହୋଇଥିଲା ।
ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ
ବୌଦ୍ଧ,୨୨/୧୨: ବୌଦ୍ଧ କଚେରୀ ପଡିଆଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ମଙ୍ଗବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ତହସିଲଦାର ଅନିତା ସାହୁ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରି ଶିଶୁ ଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ର ସମ୍ପାଦକ ସାର ପ୍ରଧାନ, ସଭାପତି ରାଜ କିଶୋର ମହାରଣା , ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବୁଧବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ମୋହନ ରାଉତ୍ ,ସମ୍ମାନୀତ ଅତିଥି ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ଏହି କ୍ରୀଡା ପ୍ରତିଯୋଗିତା ରେ ୮୯୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ବିଦ୍ୟାଳୟର ଶାରୀରିକ ପ୍ରମୁଖ କୁମାର ମେଣ୍ଡିଲି କ୍ରୀଡା ବିବରଣୀ ପାଠ କରିଥିଲେ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031