Indus Valley Times

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ: ଏଫ. ସି. ସମ୍ବଲପୁର ବିଜୟୀ

 Breaking News

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ: ଏଫ. ସି. ସମ୍ବଲପୁର ବିଜୟୀ

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ: ଏଫ. ସି. ସମ୍ବଲପୁର ବିଜୟୀ
February 06
09:48 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା/ଓଡ଼ିଶା, ୬/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ବୁଧବାର ଠାରୁ ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ସଂଘ ର ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ, ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଉଦଘାଟନୀ ଖେଳ ଏଫ ସି ସମ୍ବଲପୁର ସହ ଡାଇମଣ୍ଡ କ୍ଲବ ଖୋର୍ଦ୍ଧା ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସମ୍ବଲପୁର ୪-୧ ରେ ବିଜୟୀ ହୋଇଥିଲା । ଏଥିରେ ସମ୍ବଲପୁର ଦଳର ବିଜୁ ଓରାମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା ।
ଉଦଘାଟନ ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ, ବିଶ୍ଵନାଥ କହଁର, ସୁନୀଲ କୁମାର ବେହେରା ଓ କାମାକ୍ଷା ପ୍ରସାଦ ପ୍ରଧାନ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
୫ ତାରିଖ ଦ୍ୱିତୀୟ ଦିନର ମ୍ୟାଚ ଢେଙ୍କାନାଳ ସହ ସୁନ୍ଦରଗଡ଼ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ ।
ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ – ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ । ୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି ।
ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, ଗଙ୍ଗାଧର ପଣ୍ଡା, ସୁଶାନ୍ତ କୁମାର ସାହୁ କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

ଅପହରଣ ଓ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଫେରାର ଦୁଇ ଅଭିଯୁକ୍ତ ଗିରଫ
ବାଲିଗୁଡ଼ା, ୬/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଜଣେ ଅପ୍ରାପ୍ତବୟସ୍କା କନ୍ୟାଙ୍କୁ ଅପହରଣ ଏବଂ ଯୌନ ନିର୍ଯ୍ୟାତନା କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁଶୀଲ ନାୟକ (୧୮) ଓ ନିତେଶ ନାୟକ (୨୦), ଉଭୟ ଝିରିପାଣି ଗ୍ରାମର ବାସିନ୍ଦା ବୋଲି ପୋଲିସ ପ୍ରକାଶ କରିଛି। ଘଟଣା ରୁ ପ୍ରକାଶ ଯେ, ଚଳିତ ମାସ ୧ତାରିଖ ଅପରାହ୍ନରେ ୧୪ ବର୍ଷୀୟା ନାବାଳିକା ଜଣକ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ, କିନ୍ତୁ ସେ ଆଉ ଘରକୁ ଫେରିନଥିଲେ।
ପରିବାର ସଦସ୍ୟମାନେ ଆଖପାଖ ଅଞ୍ଚଳ ଓ ନିକଟସ୍ଥ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ପରଦିନ ସକାଳେ ସେ ଘରକୁ ଫେରିଥିଲେ। ପୁଲିସ ତଦନ୍ତ ସମୟରେ ପୀଡିତା କହିଛନ୍ତି ଯେ, ଅଭିଯୁକ୍ତ ମାନେ ତାଙ୍କର ମୁହଁ ଢାଙ୍କି ଜୋରକରି ଅପହରଣ କରି କାଦମସାରୁ ଜଙ୍ଗଲକୁ ନେଇଯାଇଥିଲେ।
ସେଠାରେ ତାଙ୍କୁ ଯୌନ ନିର‌୍ୟାତନା, ଶାରୀରିକ ଆକ୍ରମଣ କରାଯାଇଥିବା ସହ ଘଟଣାର ଭିଡିଓ ପ୍ରଚାର କରିବାକୁ ଧମକ ଦିଆଯାଇଥିଲା।
ରାତି ପର୍ଯ୍ୟନ୍ତ ତାଙ୍କୁ ଅବୈଧ ଭାବେ ଅଟକ ରଖି ପରେ ଛାଡ଼ି ଦିଆଯାଇଥିଲା। ଲିଖିତ ଅଭିଯୋଗ ଆଧାରରେ ବେଲଘର ଥାନା କେସ୍ ନଂ.୧୦/୨୬ ରେ ଏକ ମକଦ୍ଦମା ରୁଜୁ କରାଯାଇ, ବିଏନଏସ୍ ଧାରା ୧୩୭(୨), ୧୨୭(୨), ୧୧୫ (୨), ୬୨, ୬୪, ୩(୫) ସହ ପୋକ୍ସୋ ଆଇନର ଧାରା ୮ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୀଡିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଥିବା ସହ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି।
ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଚାଲିଥିବା ପୁଲିସ ପ୍ରକାଶ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930