Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳନ ଅବସରରେ ଶପଥ ପାଠ ଓ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳନ ଅବସରରେ ଶପଥ ପାଠ ଓ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ

July 02
20:04 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଦେବଗିରି ବନ ରେଞ୍ଜ ଆନୁକୂଲ୍ୟରେ ଭୋୟା ପାହାଡ ପରିସରରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳନ ଅବସରରେ ସଚେତନତା ସଭା , ସମୂହ ଶପଥ ପାଠ , ଚାରା ବଣ୍ଟନ ଯାନ ଶୁଭାରମ୍ଭ ଏବଂ ମେଗା ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଆମକୁ ପାଣି , ପବନ ଓ ଜଙ୍ଗଲ ବ୍ୟତୀତ ପରିବେଶର ମଧ୍ୟ ମୌଳିକ ଆବଶ୍ୟକତା ରହିଛି ।
ଏ ଦିଗରେ ଆମେ ସମସ୍ତେ ସଚେତନ ହୋଇ ଆମ ପରିବେଶକୁ ଆମେ ସୁରକ୍ଷା କରିବା ସହ ଗଛଟିଏ ମାଙ୍କ ପାଇଁ ଉପରେ କହି ଜଣେ ଜଣେ ୭ଟି ଲେଖାଏଁ ଗଛ ଲଗାଇ ଆଗାମୀ ପିଢ଼ି ଏକ ଉତ୍ତମ ପରିବେଶ ମଧ୍ୟରେ ବଞ୍ଚିବା ଦିଗରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଏଫଓ ଶ୍ରୀ ଏସ: ଆନନ୍ଦ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ପରିଭାଷା ଓ ତାର ଉଦ୍ଦେଶ୍ୟ ସହ ଜଙ୍ଗଲ ଓ ଗଛ ଲଗାଇବା ଆବଶ୍ୟକତା ସମ୍ପର୍କରେ କହି ଜିଲ୍ଲାରେ ଚଳିତ ବର୍ଷ ୭ ଟି ବନ ରେଞ୍ଜରେ ୭୬୫ ଏକର ଅଞ୍ଚଳରେ ମୋଟ ୩ ଲକ୍ଷ ୨୨ ହଜାର ଚାରା ଲଗାଯିବ । ଏଥିସହ ଜିଲ୍ଲା ବ୍ୟାପୀ ୫ଟି ପ୍ରଜାତିର ୫ ଲକ୍ଷ୍ୟ ୯୦ ହଜାର ଚାରା ମାଗଣାରେ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସପି: ସୁଶ୍ରୀ ସ୍ଵାତୀ ଏସ: କୁମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ସିଡିଏମଓ ଡ଼ାଃ ଏମ: ମୁବାରକ ଅଲ୍ଲୀ , ଜିଲ୍ଲା ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶ ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା ଏବଂ ବରିଷ୍ଠ ନାଗରିକ ଫୋରମର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ପରିବେଶ ପ୍ରତି ସଚେତନ ହୋଇ ଅଧିକରୁ ଅଧିକ ଗଛ ଲଗାଇବା ଉପରେ ଉପସ୍ଥିତ ସବୁ ବର୍ଗର ଲୋକଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ପରିବେଶର ସୁରକ୍ଷା ପାଇଁ ସଭାସ୍ଥଳରେ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ ।
ପରେ ଦେବଗିରି ରେଞ୍ଜ ଅନ୍ତର୍ଗତ ଲଣ୍ଡା ହୋଇ ରହିଥିବା ଭୋୟା ପାହାଡ଼ର ୧୫ ହେକ୍ଟର ପରିମିତ ଜମିରେ ୪୦୦ ରୁ ଅଧିକ ସମୂହ ଚାରା ରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବ୍ୟାନର ଉନ୍ମୋଚନ କରି ଗଛଟିଏ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଅନ୍ୟ ଅତିଥି ମାନେ ଗଛଟିଏ ମା\’ଙ୍କ ନାମରେ ଲଗାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ବିଭିନ୍ନ ଗ୍ରାମର ପରିବେଶ ପ୍ରେମୀ , ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀ ଓ କର୍ମଚାରୀ , ପୋଲିସ ଓ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।
ଏହି ଅବସରରେ ଜିଲ୍ଲାବ୍ୟାପୀ ବାହାରି ଥିବା ୩ ଟି ଚାରା ବଣ୍ଟନ ଯାନକୁ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସଭା କାର‌୍ୟ୍ୟକ୍ରମରେ ବନ ବିଭାଗର ଫରେଷ୍ଟର ଶ୍ରୀ ସନ୍ତୋଷ କୁମାର ସାହୁ ଏବଂ ଶ୍ରୀ କାଳୀ ପ୍ରସାଦ ଶବର ଅତିଥି ମାନଙ୍କୁ ସଭାମଞ୍ଚକୁ ଆହ୍ବାନ ଓ ସ୍ଵାଗତ କରିବା ସହ ସଂଯୋଜନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ବନ ବିଭାଗ ଅନ୍ତର୍ଗତ ଦେବଗିରି ବନ ରେଞ୍ଜର ରେଞ୍ଜ ଅଫିସର ଶ୍ରୀ ବ୍ରହ୍ମାନନ୍ଦ ସାହୁ ଏବଂ ଫରେଷ୍ଟର ଶ୍ରୀ ପି: ଭେଙ୍କଟ ରାମଣା ଙ୍କ ନେତୃତ୍ୱରେ ଫରେଷ୍ଟର ଶ୍ରୀ ଦିବାକର ଲେଙ୍କା , ଗଣେଶ ପ୍ରଧାନ , ସନ୍ତୋଷ କୁମାର ପରିଚ୍ଛା , ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରସାଦ ନାୟକ , ଭୋଗମୟ ପ୍ରଧାନ , ପୁଷ୍ପଲତା ପଣ୍ଡା , ଅଭିରାମ ମହାନ୍ତି , ଆର: ଭେଙ୍କଟ ରମଣ ଓ ପାରା ଫରେଷ୍ଟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031