Indus Valley Times

ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି, ଜାରି ହେଲା ନିର୍ଦ୍ଦେଶାବଳି

 Breaking News

ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି, ଜାରି ହେଲା ନିର୍ଦ୍ଦେଶାବଳି

October 22
12:14 2022

ଭୁବନେଶ୍ୱର,୨୨/୧୦: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଉତ୍ସାହ, ଉଦ୍ଦୀପନା । ଏଥର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଟୁଇନ୍ ସିଟିରେ ଜାରି ହୋଇଛି ଗାଇଡଲାଇନ୍ । ଏଥର ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ମିଳିଛି ଅନୁମତି।
ଦୀପାବଳି ଦିନ ରାତି ୮ରୁ ୧୦ଟା ମଧ୍ୟ ବାଣ ଫୁଟାଇ ପାରିବେ ଲୋକେ। ତା ସହିତ ବାଣ ଫୁଟିଲେ ଶବ୍ଦ ୧୨୫ ଡେସିବେଲରୁ କମ୍ ହେବା ଦରକାର । କମିଶନରେଟ୍ ପୁଲିସ୍ ଏହି ଗାଇଡଲାଇନ୍ ଜାରି କରିଛି। କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବେଆଇନ ବାଣ କାରବାର ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ୍। ନିୟମ ଭାଙ୍ଗି ବାଣ ବିକ୍ରି କଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ।
ପୁଲିସ୍ର କଡ଼ାକଡ଼ି ନିୟମ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ଭିଡ଼ି ବହୁ ଜୀବନ ଚାଲି ଯାଉଛି। ଗତକାଲି ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ବାଣ ଭିଡ଼ୁଥିବା ବେଳେ ତାହା ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସେମାନେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିନା ଲାଇସେନ୍ସରେ ସେମାନେ ବାଣ ଭିଡ଼ୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031