Indus Valley Times

ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ : ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ ଡିଜିପି

 Breaking News

ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ : ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ ଡିଜିପି

ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ : ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ ଡିଜିପି
April 01
17:34 2026

କଟକ, ୧/୪ : ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
ଆଜି ପୂର୍ବାହ୍ନରେ କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଡିଜିପି ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହାସହ ପୋଲିସ ସେବାରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ସେ ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ।
୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶା ପୋଲିସର ସ୍ଥାପନା ହୋଇଥିଲା। ଗତ ୯୧ ବର୍ଷର ଏହି ଯାତ୍ରା ସଂଘର୍ଷ, ସମର୍ପଣ ଓ ସଫଳତାର ଏକ ଗୌରବମୟ ଅଧ୍ୟାୟ ବୋଲି ଡିଜିପି କହିଛନ୍ତି । ମାଓବାଦୀ ଦମନ, ସାଇବର ଅପରାଧ ଓ ନିଶାମୁକ୍ତ ଓଡ଼ିଶା ଗଠନରେ ରାଜ୍ୟ ପୋଲିସର ଭୂମିକା ଉପରେ ଡିଜିପି ଆଲୋପାତ କରିଛନ୍ତି ।
ସେହିପରି ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ନୂତନ ପଦବୀ ସୃଷ୍ଟି, ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବାଟାଲିୟନ ଓ ୟୁନିଟ୍ ଗଠନ କରୁଛନ୍ତି। ଏହି ଅବସରରେ ଡିଜିପି ନୂତନ ଭାରତୀୟ ନ୍ୟାୟ ସଂହିତା (ଈଘଝ) ଲାଗୁ ହେବା ପରେ ଅଧିକାରୀମାନଙ୍କ ଉଚ୍ଚକୋଟିର ତଦନ୍ତ ଫଳରେ କମ୍ ସମୟ ମଧ୍ୟରେ ଅପରାଧୀମାନଙ୍କୁ ଦଣ୍ଡବିଧାନ କରାଯାଇପାରୁଛି। ପୀଡ଼ିତମାନଙ୍କୁ ଶୀଘ୍ର ନ୍ୟାୟ ଦେବାରେ ଓଡ଼ିଶା ପୋଲିସ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।
ସେହିପରି ପୋଲିସ ବାହିନୀର କ୍ରୀଡ଼ା କ୍ଷେତ୍ରରେ ସଫଳତାକୁ ଉଲ୍ଲେଖ କରି ସେ କହିଥିଲେ ଯେ, ବିଗତ ଏବଂ ଚଳିତ ବର୍ଷରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ସର୍ବଭାରତୀୟ ସ୍ତରରେ ରାଜ୍ୟର ଗୌରବ ବଢ଼ାଇଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି ପାଠ କରିଥିଲେ।
ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେଜ୍ଝ ଏହି ଅବସରରେ ଶ୍ରେଷ୍ଠ ଇନିସ୍ପେକ୍ଟର ବିଜୟ କିଶୋର ଦାସ, ଶ୍ରେଷ୍ଠ ଇନ୍ସପେକ୍ଟର (ଅପରାଧ ଶାଖା) ରୂପଶ୍ରୀ ପ୍ରହରାଜ, ଶ୍ରେଷ୍ଠ ଇନିସ୍ପେକ୍ଟର (ସ୍ପେଶାଲ ବ୍ରାଞ୍ଚ) ଶ୍ରୀଧର ମାଝୀ, ଶ୍ରେଷ୍ଠ ସବ-ଇନିସ୍ପେକ୍ଟର ମାନସ ରଞ୍ଜନ ପଣ୍ଡା, ଏସ.ଓ.ଜି ର ଶ୍ରେଷ୍ଠ ଟିମ ଲିଡର ଏସ.ଆଇ (ସଶସ୍ତ୍ର) ସଂକର୍ଷଣ ହାଁସଦା , ଶ୍ରେଷ୍ଠ ଏ.ଏସ.ଆଇ ବିଜୟ କୁମାର ସୁନାଶଗଡ, ଶ୍ରେଷ୍ଠ ହାବିଲଦାର ରମାକାନ୍ତ ସେଠୀ , ଶ୍ରେଷ୍ଠ ଓ.ଆର କନେଷ୍ଟବଳ ଗୌରୀ ଶଙ୍କର ସାହୁ, ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ସୁଦାମ ଚନ୍ଦ୍ର ବଳିଆରସିଂ , ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ରଶ୍ମୀତା ପଧାନ, ଶ୍ରେଷ୍ଠ ଇନିସ୍ପେକ୍ଟର (ସଶସ୍ତ୍ର) ଅଶୋକ କୁମାର ବେହେରା, ଶ୍ରେଷ୍ଠ ଏସ.ଆଇ (ସଶସ୍ତ୍ର) ଏସ. ସତ୍ୟନାରାୟଣ ରାଓ, ଶ୍ରେଷ୍ଠ ହାବିଲଦାର ମେଜର (ବ୍ୟାଣ୍ଡ) ହରିହର ବେହେରା, ଶ୍ରେଷ୍ଠ ହାବିଲଦାର (ସଶସ୍ତ୍ର) ଷଣ୍ଡେଶ୍ଵର ଭୋଇନା, ଶ୍ରେଷ୍ଠ କନେଷ୍ଟବଳ ଭାବେ ସୁନିଲ କୁମାର ମୁର୍ମୁଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହା ସହ ସ୍ୱର୍ଗତଃ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲାଜ୍ଝ କନେଷ୍ଟବଳ ଅଶୋକ କୁମାର ଦେଓ, ସବ-ଇନ୍ସପେକ୍ଟର ଅଶୋକ କୁମାର ବେହେରା, ଇନିସ୍ପେକ୍ଟର (ସଶସ୍ତ୍ର) ଅମରେଶ ଚନ୍ଦ୍ର ନରେନ୍ଦ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର ସରକାରଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଓଏପିଏଫ ପଦିଆ କବାସୀ, କମାଣ୍ଡୋ ଅନିଲ ଭୋଇଙ୍କୁ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ଆଦ୍ୟାଶା ପ୍ରଧାନ, ଡାକ୍ତରୀ ଛାତ୍ରୀଙ୍କୁ ସ୍ଵର୍ଗତ ପ୍ରେମା ଅମରନାଥ ସ୍ମାରକୀ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ଓଏସଏପି ଷଷ୍ଠ ବାଟାଲିୟନ, କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ଦ୍ୱିତୀୟ), ପରିବାର କଲ୍ୟାଣ କେନ୍ଦ୍ର, ସୁନ୍ଦରଗଡ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲ।। ଆଜିର ଆନୁଷ୍ଠାନିକ ପ୍ୟାରେଡରେ ଓ. ଜ. ଈବଗ୍ଧଗ୍ଧବକ୍ଷସକ୍ଟଦ୍ଭ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଙଓଝୠ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ ଖୁରାନିଆଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31