Indus Valley Times

ଓଡ଼ିଶା ମୁହାଁ ଗଭୀର ଅବପାତ: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଗୋପାଳପୁର ଓ ପାରଦ୍ୱୀପକୁ ୩ ନମ୍ବର ବିପଦ ସଂକେତ

 Breaking News

ଓଡ଼ିଶା ମୁହାଁ ଗଭୀର ଅବପାତ: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଗୋପାଳପୁର ଓ ପାରଦ୍ୱୀପକୁ ୩ ନମ୍ବର ବିପଦ ସଂକେତ

ଓଡ଼ିଶା ମୁହାଁ ଗଭୀର ଅବପାତ: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଗୋପାଳପୁର ଓ ପାରଦ୍ୱୀପକୁ ୩ ନମ୍ବର ବିପଦ ସଂକେତ
October 02
17:43 2025

ଭୁବନେଶ୍ୱର, ୨/୧୦ : ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ କରିବ ଅତିକ୍ରମ। ପ୍ରବଳ ବର୍ଷା ଓ ପବନକୁ ନେଇ ପୂରା ଓଡ଼ିଶାକୁ କରାଯାଇଛି ଆଲର୍ଟ। ୭ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଏବଂ ୧୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରାଯାଇଛି। ରେଡ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ପୁରୀ, ରାୟଗଡ଼ା ଏବଂ କନ୍ଧମାଳ।
ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକା ବର୍ଷା ହେବ। ବଙ୍ଗୋପସାଗରରେ ସକ୍ରିୟା ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଶୁକ୍ରବାର ସକାଳେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ଲାଗିରହିଛି ।
ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ଏହାର ପ୍ରଭାବରେ ଭୁବନେଶ୍ୱର -କଟକ ସମେତ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ତୁହାକୁ ତୁହା ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୩ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031