Indus Valley Times

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ

 Breaking News

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ
June 08
11:31 2022

ନୂଆଦିଲ୍ଲୀ,୮/୬: ଯୁକ୍ତରାଷ୍ଟ୍ର ଆମେରିକାର ମାନ୍ହଟନ୍ସ୍ଥିତ ‘ମେମୋରିଆଲ୍ ସ୍ଲୋଆନ୍ କେଟ୍ଟରିଙ୍ଗ୍ କ୍ୟାନ୍ସର୍ ସେଣ୍ଟର୍’ରେ କର୍କଟ ରୋଗାକ୍ରାନ୍ତ ରୋଗୀଙ୍କୁ ପରୀକ୍ଷାମୂଳକ ଭାବେ ଏକ ଔଷଧ ଦିଆଯିବା ପରେ ସେମାନେ କର୍କଟ ରୋଗ ମୁକ୍ତ ହୋଇଛନ୍ତି ବୋଲି ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।
ଏହା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ପରୀକ୍ଷାମୂଳକ ଚିକିତ୍ସା ଛୋଟଧରଣର ହୋଇଥିଲେ ବି, ଦୀର୍ଘ ତଥା ଯନ୍ତ୍ରଣାଦାୟକ ‘କେମୋଥେରାପି’ ଚିକିତ୍ସା ଅଥବା ଅସ୍ତ୍ରୋପଚାର ଭଳି ଦୀର୍ଘ ତଥା ଯନ୍ତ୍ରଣାଦାୟକ ଉପଚାରରୁ ମୁକ୍ତି ଦେଇ କର୍କଟ ରୋଗରୁ ମାନବକୁ ସୁସ୍ଥ କରିବ ବୋଲି ଆଶା ଉଦ୍ରେକ ହୋଇଛି।
‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ମଳଦ୍ବାର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ୧୮ଜଣଙ୍କୁ ‘ଡଷ୍ଟାର୍ଲିମାବ୍’ ନାମକ ଔଷଧ ଦିଆଯାଇଥିଲା।
ଶାରୀରିକ ପରୀକ୍ଷା, ଏଣ୍ଡୋସ୍କୋପି, ‘ପିଇଟି’ ଏବଂ ‘ଏମ୍ଆର୍ଆଇ’ରେ ଉକ୍ତ ରୋଗୀମାନଙ୍କ ଦେହରେ କର୍କଟ ରୋଗ ଥିବାର ଆଭାସ ମିଳୁ ନ ଥିବାରୁ ସେମାନ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯାଇଛନ୍ତି ବୋଲି ମନେହେଉଛି।
ଏହି ପରୀକ୍ଷାମୂଳକ ଔଷଧ ପ୍ରୟୋଗର ଫଳାଫଳ ଆଶ୍ଚର‌୍ୟ୍ୟଜନକ ଏବଂ ବିଶ୍ବବ୍ୟାପୀ କୋଟି କୋଟି କର୍କଟ ରୋଗୀଙ୍କ ପାଇଁ ଜୀବନର ଆଶା ସଞ୍ଚାର କରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ, ୨୦୨୦ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୧୦ ନିୟୁତ ଲୋକ ପ୍ରାଣ ହରାଇ ଥିଲେ। ସେହି ହିସାବରେ, ପ୍ରତି ୬ ମୃତ୍ୟୁରେ ପ୍ରାୟ ଗୋଟିଏ ମୃତ୍ୟୁ ପାଇଁ କର୍କଟ ରୋଗ ଦାୟୀ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031