Indus Valley Times

କଟକ-ଭୁବନେଶ୍ୱରରେ ବନ୍ୟା ଆଶଙ୍କା

 Breaking News

କଟକ-ଭୁବନେଶ୍ୱରରେ ବନ୍ୟା ଆଶଙ୍କା

August 13
12:31 2022

ଭୁବନେଶ୍ୱର,୧୩/୮: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବିଶେଷ କରି କଟକ-ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷାରେ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି ଏବଂ ବନ୍ୟା ଆଶଙ୍କା ବଢ଼ି ଯାଇଛି । ଏନେଇ ଶନିବାର ଦିନ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ଏହାଛଡ଼ା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ବି ଆଶଙ୍କା ରହିଛି। ଓଡ଼ିଶା ଉପକୂଳ ଏବଂ ତାର ଆଖ-ପାଖ ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବା ସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ। ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ୧୫ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031