Indus Valley Times

କନ୍ଧମାଳରେ ଲାଲ ତାଣ୍ଡବ, ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ନିର୍ମମ ହତ୍ୟା

 Breaking News

କନ୍ଧମାଳରେ ଲାଲ ତାଣ୍ଡବ, ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ନିର୍ମମ ହତ୍ୟା

କନ୍ଧମାଳରେ ଲାଲ ତାଣ୍ଡବ, ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ନିର୍ମମ ହତ୍ୟା
May 11
11:25 2023

ଫୁଲବାଣୀ,୧୧/୫: କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ଏହି ସୁମେରବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ। ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ ପ୍ରଚେଷ୍ଟା କରିଥିଲେ, ଯେଉଁଥିପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ସୁବଳ।
ଅନେକ ଥର ସୁବଳଙ୍କୁ ମାଓବାଦୀମାନେ ଧମକ ମଧ୍ୟ ଦେଇ ଆସୁଥିଲେ। ତେବେ ବୁଧବାର ରାତ୍ର ପ୍ରାୟ ୯ଟା ସମୟରେ ସୁବଳ ତାଙ୍କ ପରିବାର ସହ ପୈତୃକ ଗାଁ ସାଉଲିପଡା ସ୍ଥିତ ନିଜ ଘରେ ଶୋଇଥିବା ବେଳେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଅନ୍ୟପଟେ ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ। ତେବେ ଘଟଣାଟି ଗତକାଲି ରାତିରୁ ହୋଇଥିବା ବେଳେ ବର୍ତମାନ ପର‌୍ୟ୍ୟନ୍ତ କୌଣସି ପୁଲିସ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣା ପଡ଼ିଛି। ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲପଡା ଗାଁ ଭୟରେ ଜନଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031