Indus Valley Times

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

 Breaking News

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

June 25
20:41 2022

ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୫/୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦେଵ ନାରାୟଣ ପ୍ରଧାନ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ ।
ତତ୍ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ନଵ ନିର୍ବାଚିତ କାଉନସିଲର ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ବସନ୍ତ ବେହେରା, ଜିଲ୍ଲା ଉପ ସଭାପତି ଅଜିତ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପରେଶ୍ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଵନେଶ୍ଵର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଵିଶ୍ଵରଞ୍ଜନ ଦାସ, ମଣ୍ଡଳ ସଭାପତି ସୁଶାନ୍ତ ମହାନ୍ତି, ଆଦିତ୍ୟ କହଁର, ଜିତେନ୍ଦ୍ର ଡାକୁଆ ଏବଂ ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଏହି ଅବସରରେ ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଭୋଗିଥିଵା ଫୁଲବାଣୀର ରମେଶ ଚନ୍ଦ୍ର ସାହୁ, ନାଜିର ଆଖତାର, କମଳାକାନ୍ତ ପାଣ୍ଡେ ଓ ସୁବାସ ଚନ୍ଦ୍ର ବେହେରାଙ୍କୁ ଆମନ୍ତ୍ରିତ କରି ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
୧୯୭୫ ମସିହା ଜୁନ ମାସ ୨୫ ତାରିଖ ଦିନ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଜାତୀୟ ସ୍ତରରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହା ସାରା ଦେଶ ପାଇଁ ଏକ କଳଙ୍କିତ ଅଧ୍ୟାୟ ଥିଲା ।
ଉକ୍ତ ଦିବସକୁ ସ୍ମରଣ କରିବା ଓ ଆଗାମୀ ଦିନରେ ଦେଶରେ ଏପରି ପରିସ୍ଥିତି ନ ଆସୁ ଏଥି ନିମନ୍ତେ ବିଜେପି ସାରା ଦେଶରେ ଜୁନ ମାସ ୨୫ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଛି ।
ଏହି କଳା ଦିବସ ପାଳନକୁ ଆଗାମୀ ଦିନରେ ଲୋକମାନେ ଯେଭଳି ବହୁଳ ଭାବେ ପାଳନ କରିବେ ଏବଂ କଂଗ୍ରେସ ର ଅସଲ ମୁଖା ଖୋଲିବେ ତାହା ଶ୍ରୀ ପୁରୋହିତ ନିଜ ଭାଷଣରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠନେତା ଓ କର୍ମୀ ଯୋଗ ଦେଇଥିଲେ ।
କନ୍ଧମାଳ : ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା : ଚାଳକ ମୃତ
ବାଲିଗୁଡା,୨୫/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି ।
ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ ହରାଇବା ଫଳରେ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଷାଙ୍ଗିଆ ଗ୍ରାମର ରାଜିଆ ପଣ୍ଡା,(୪୨) ଗୁରୁତର ଆହତ ହୋଇ ପଡ଼ିଥିଲେ ।
ଖବରପାଇ ବାଲିଗୁଡ଼ା ଡିଏସପି ସୌମ୍ୟ ରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଜିଆଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରଜିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031