Indus Valley Times

କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ଶ୍ରେୟା; ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଗାୟକ

 Breaking News

କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ଶ୍ରେୟା; ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଗାୟକ

କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ଶ୍ରେୟା; ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଗାୟକ
January 19
17:42 2023

କଟକ,୧୯/୧: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି କହିଛନ୍ତି। ମୁଁ କାହିଁକି ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି।
ଅନ୍ୟପଟରେ ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ କରନ୍ତି ବୋଲି ହ୍ୟୁମାନଙ୍କ ମା’ ଶେଫାଳି ସୁନା ଅଭିଯୋଗ ଆଣିଛନ୍ତି। ବୋହୂ ନାମରେ ସମସ୍ତ ଧନ ସମ୍ପତ୍ତି ରହିଛି। ବୋହୂର ସମସ୍ତ ପରିବାର ଲୋକେ ମଦ୍ୟପାନ କରନ୍ତି। ବୋହୂ ହ୍ୟୁମାନ ଓ ଶାଶୁଙ୍କର ଯତ୍ନ ନିଅନ୍ତିନାହିଁ ବୋଲି କାଉନିସିଲିଂ ପରେ କହିଛନ୍ତି ।
ଇୟଗ୍ଦ ଭଚ୍ଚ ହ୍ୟୁମାନ ସାଗରଙ୍କ ପାରିବାରିକ କଳି ନେଇ ଜୋନ-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଆଜି ପ୍ରଥମ ପର‌୍ୟ୍ୟାୟରେ କାଉନସିଲିଂ ସୁରୁଖୁରୁରେ ଶେଷ ହୋଇଛି। ଉଭୟ ପକ୍ଷ ଦୁଇଦିନ ସମୟ ନେଇଛନ୍ତି। ଦୁଇଦିନ ପରେ ନିଜ ନିଷ୍ପତ୍ତି ଥାନାରେ ଜଣାଇବେ ପରେ ସେହି ଆଧାରରେ ସମସ୍ତ ତଦନ୍ତ ଚାଲିବ। ଦୁଇ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ରୁଜୁ ହେବ। ମାମଲା ରୁଜୁ ହୋଇ କାର‌୍ୟ୍ୟାନୁଷ୍ଠାନ ନିଆଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031