Indus Valley Times

କାର୍ତ୍ତିକ ଶେଷ ସୋମବାରରେ ଏକ ଦୁଃଖଦ ଖବର; ପାଇଖାନା ଟାଙ୍କିରେ ପଡ଼ି ୩ଶିଶୁଙ୍କ ମୃତ୍ୟୁ

 Breaking News

କାର୍ତ୍ତିକ ଶେଷ ସୋମବାରରେ ଏକ ଦୁଃଖଦ ଖବର; ପାଇଖାନା ଟାଙ୍କିରେ ପଡ଼ି ୩ଶିଶୁଙ୍କ ମୃତ୍ୟୁ

November 03
19:58 2025

ନରସିଂହପୁର,୧୧/୩ : କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତବକ, ୨ଜଣ ନାବାଳକଙ୍କ ସହ ଜଣେ ନାବାଳିକା ପାଇଖାନା ଟାଙ୍କି ପାଖରେ ଖେଳୁଥିଲେ। ହେଲେ ଅସାବଧାନ ଯୋଗୁ ଗୋଡି ଖସି ୩ଜଣ ଶିଶୁ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ। ଫଳରେ ସେମାନେ ସ୍ବାଶରୁଦ୍ଧ ହୋଇ ଗୁରୁତର ହୋଇପଡିଥିଲେ।
ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
୩ ନାବାଳକଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ମାମୁଘରକୁ ବୁଲିବାକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930