Legatus

କାର୍- ହାଇୱା ମୁହାଁମୁହିଁ ଧକ୍କା : ୨ ଜଣଙ୍କର ମୃତ୍ୟୁ, ୪ ଜଣ ଗୁରୁତର

 Breaking News

କାର୍- ହାଇୱା ମୁହାଁମୁହିଁ ଧକ୍କା : ୨ ଜଣଙ୍କର ମୃତ୍ୟୁ, ୪ ଜଣ ଗୁରୁତର

June 24
19:31 2023

ସୁନ୍ଦରଗଡ଼,୨୪/୬: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଏକ ହାଇୱା ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତାହତମାନେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର। ସେମାନେ ଏକ ବିବାହ ଭୋଜି ଖାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗକୁ ଯାଇଥିଲେ। ତେବେ କୌଣସି କାମରେ ସେମାନେ କେ. ବଲାଙ୍ଗରୁ ଲହୁଣୀପଡ଼ା ଯାଇଥିଲେ। ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି କେ. ବଲାଙ୍ଗ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଦ୍ରୁତ ଗତିରେ ଆସୁଥିବା ହାଇୱାଟି କାରକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଜମି ଭିତରେ ପ୍ରାୟ ୨୦୦ ମିଟର ପର‌୍ୟ୍ୟନ୍ତ ଚାଲି ଯାଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କାରଟି ଲହୁଣୀପଡ଼ାରୁ କେ. ବଲାଙ୍ଗକୁ ଫେରୁଥିବା ବେଳେ ରଙ୍ଗ୍ରୁଟରେ ଯାଉଥିଲା। ଫଳରେ ହାଇୱା ସହିତ ଏହାର ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କର ଲହୁଣୀପଡ଼ା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।
୪ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31